ୟୁକ୍ରେନରେ ପୁଣି କାର୍ଯ୍ୟ ଆରମ୍ଭ କରିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ/କ୍ୱିଭ୍‌,୧୩।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ ଯୋଗୁ ରାଜଧାନୀ କ୍ୱିଭ୍‌ରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ପୁଣି ଥରେ କ୍ୱିଭ୍‌ରେ ଭାରତୀୟ ଦୂତାବାସ ନିଜର କାମ ଆରମ୍ଭ କରିବାକୁ ଯାଉଛି। ସୂଚନାଯୋଗ୍ୟ, ଯୁଦ୍ଧ ହେବା ପରଠାରୁ ମାର୍ଚ୍ଚ ୧୩ରେ ଅସ୍ଥାୟୀ ଭାବେ ପୋଲାଣ୍ଡର ରାଜଧାନୀ ଓ୍ବାରସୋରେ ଭାରତୀୟ ଦୂତାବାସ କାର୍ଯ୍ୟ କରୁଥିଲା। ଏହାପୂର୍ବରୁ ଭାରତୀୟ ଦୂତାବାସକୁ ପୋଲାଣ୍ଡରେ ସ୍ଥାନାନ୍ତରିତ କରାଯାଇଛି ବୋଲି ସରକାର ସୂଚନା ଦେଇଥିଲେ। ସୂଚନା ମୁତାବକ,ଗତ ଅଢ଼େଇ ମାସରୁ ଅଧିକ ସମୟ ହେବ ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣ ଜାରି ରହିଛି। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହୋଇନାହିଁ। କିନ୍ତୁ ପରିସ୍ଥିତିରେ ଏବେ ସୁଧାର ଆସିଥିବାରୁ ମ’୧୭ରୁ କ୍ୱିଭ୍‌ରେ ନିଜର ପରିଚାଳନାକୁ ପୁଣି ଆରମ୍ଭ କରିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।

Share