କ୍ୱିଭ୍,୨।୩: ୟୁକ୍ରେନ୍ରେ ଫସିଥିବା ଭାରତୀୟ ନାଗରିକଙ୍କୁ ପୋଲାଣ୍ଡରେ ଥିବା ଭାରତୀୟ ଦୂତାବାସ ବୁଧବାର ଏକ ଆଡଭାଇଜରି ଜାରି କରିଛନ୍ତି। ଆଡଭାଇଜରି ଅନୁଯାୟୀ,ପୋଲାଣ୍ଡରେ ଶୀଘ୍ର ପ୍ରବେଶ ପାଇଁ ବୁଦୋମିରେଜ ସୀମାକୁ ଯିବାକୁ ଅନୁରୋଧ କରିଛି।ଫେବୃୟାରୀ ୨୪ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ, ଭାରତ ସରକାର ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ଅନ୍ୟ ପଡୋଶୀ ଦେଶ ଦେଇ ଅପରେସନ ଗଙ୍ଗା ଅଧୀନରେ ଦେଶର ସମସ୍ତ ଭାରତୀୟ ନାଗରିକଙ୍କୁ ଥଇଥାନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେଠାରେ ଥଇଥାନ କାର୍ଯ୍ୟର ତଦାରଖ କରିବାକୁ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ପୋଲାଣ୍ଡରେ ଅଛନ୍ତି।