କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୬ଷ୍ଠ ଦିନରେ ବି ଆକ୍ରମଣ ଜାରି ରହିଛି। ରାଜଧାନୀ କ୍ୱିଭରେ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି। ଫଳରେ ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ କ୍ୱିଭ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି। ସମସ୍ତ ଭାରତୀୟ ନାଗରିକ ଏବଂ ଛାତ୍ରମାନଙ୍କୁ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼ିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। କ୍ୱିଭ ଛାଡିବାକୁ ଯେଉଁପ୍ରକାର ସାଧନ ମିଳୁଛି ତୁରନ୍ତ ସେଥିରେ ଯାତ୍ରା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସୂଚନା ମୁତାବକ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, ଲୋକମାନେ ଟ୍ରେନ କିମ୍ବା ଯାତାୟତ ପାଇଁ ଯେକୌଣସି ସାଧନ ମିଳୁଛି ସେଥିରେ ଯାତ୍ରା କରି ମଙ୍ଗଳବାର ହିଁ କ୍ୱିଭ ଛାଡ଼ନ୍ତୁ। ସୂଚନାଯୋଗ୍ୟ, ରୁଷିଆ ସେନା ଦ୍ରୁତ ଗତିରେ କ୍ୱିଭ ଆଡ଼କୁ ଗତି କରୁଛି। ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ପାଇଁ ରୁଷିଆ ପକ୍ଷରୁ ଏକ ବିରାଟ ମିଲାଟାରୀ ସୈନ୍ୟଙ୍କୁ ପଠାଯାଇଛି। ଏହି କାଫିଲା ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍ରେ କ୍ୱିଭ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି।