ଦୁବାଇରେ ଚମକିଲା ଭାରତୀୟ ଯୁବ ଇଞ୍ଜିନିୟରଙ୍କ ଭାଗ୍ୟ

ଦୁବାଇ,୨୩।୧: ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବ ଇଞ୍ଜନିୟରଙ୍କ ଭାଗ୍ୟ ଚମକିଛି। ଶିଭିନ୍‌ ଓ୍ବିଲସନ ନାମକ ଜଣେ ଇଞ୍ଜିନିୟର ଏକ ସାପ୍ତାହିକ ଲକି ଡ୍ରରେ ୪୦ ଲକ୍ଷ ଟଙ୍କାର ଲଟେରି ଜିତିଛନ୍ତି।
କେରଳର ଏହି ଯୁବ ଇଞ୍ଜିନିୟର ୧୬ ଜାନୁୟାରୀରେ ଆୟୋଜିତ ଏକ ଲକି ଡ୍ର କୁପନ କିଣିଥିଲେ। ତା’ ପରଦିନ ସେ ଲକି ଡ୍ର ଜିତିଥିବା ଜାଣିବାକୁ ପାଇଲେ।
ଓ୍ବିଲସନ କୁହନ୍ତି, ଯେଉଁଦିନ ସେ କୁପନ ଆଣିଥିଲେ ସେଦିନ ଖୁବ୍‌ ଉତ୍ସାହିତ ଥିଲେ। ପରଦିନ ସେ ଲକି ଡ୍ର ଜିତିଥିବାରୁ ତାଙ୍କ ଖୁସିର ସୀମା ନାହିଁ। ସେ କହିଛନ୍ତି, ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହି ଟଙ୍କାରେ ସେ ତାଙ୍କ କ୍ୟାରିୟର ଗଢ଼ିବେ। ବଳକା ପଇସାରେ ମାତାପିତାଙ୍କୁ ସାହାଯ୍ୟ କରିବେ। ସେ କହିଛନ୍ତି, ପ୍ରଥମ ଥର ପାଇଁ ସେ ଏତେ ଟଙ୍କାର ଲଟେରି ଜିତିଛନ୍ତି। ଦୁନିଆରେ ସବୁ ସମ୍ଭବ, କେବଳ ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ ବୋଲି ଶିଭିନ୍‌ କୁହନ୍ତି।

Share