Categories: ଜାତୀୟ

ଡବ୍ଲ୍ୟୁଏଚଓ ରିପୋର୍ଟ ଯାଞ୍ଚ୍‌ ପାଇଁ କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ,୧୨।୧୦: ଭାରତରେ ପ୍ରସ୍ତୁତ ହୋଇଥିବା କଫ ଓ କୋଲ୍ଡ ସିରପ ଯୋଗୁ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଭାରତରୁ ରପ୍ତାନି ହୋଇଥିବା କାଶ ସିରପ୍‌ରେ ବିଷାକ୍ତ ରାସାୟନିକ ପଦାର୍ଥ ଦେଖିବାକୁ ମିଳିଛି, ଯେଉଁ କାରଣରୁ ପିଲାମାନେ ମୃତ୍ୟୁବରଣ କରିଛନ୍ତି। ଏହି ରିପୋର୍ଟର ଅନୁସନ୍ଧାନ ପାଇଁ ଭାରତ ସରକାର ଚାରି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହା ପରେ ଏହି କମିଟି ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେବ।
ସୂଚନାଯୋଗ୍ୟ, ଭାରତରେ ତିଆରି ହୋଇଥିବା କଫ ସିରପ ଯୋଗୁ ଛୋଟ ପିଲାଙ୍କର କିଡ୍ନୀ ସମସ୍ୟା ଦେଖାଯାଇଥିଲା ଓ ଏଥିଯୋଗୁ ଗାମ୍ବିଆରେ ୬୬ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ହୁ’ ମୈଡେନ ଫାର୍ମାସିଟ୍ୟୁକାଲ୍ସର ସିରପ ଗୁଡିକ ପ୍ରତି ସତର୍କ ରହିବାକୁ କହିଛି।

Share