ନୂଆଦିଲ୍ଲୀ,୨୦।୧୨ : ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ ଏହା କହିଛନ୍ତି। ୧୯୬୨ ଯୁଦ୍ଧରେ ଭାରତ ହରାଇଥିବା ଜମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଫେରାଇ ଆଣିବେ ବୋଲି ଭାରତର ଲୋକମାନେ ଏବେ ବିଶ୍ୱାସ କରୁଛନ୍ତି।
ଶୂନ୍ୟକାଳରେ ସେ ଲୋକ ସଭାରେ କହିଛନ୍ତି ଯେ ୧୪ ନଭେମ୍ବର ୧୯୬୨ ରେ ସଂସଦ ଏକ ସଂକଳ୍ପ ପାରିତ କରାଯାଇଥିଲା ଯେ ଭାରତ ଏହି ଜମିକୁ ଫେରାଇ ଆଣିବ। କିନ୍ତୁ ଇତିମଧ୍ୟରେ ୬୦ ବର୍ଷ ବିତି ଯାଇଛି। ମାତ୍ର ଏହା ହାସଲ ହୋଇ ପାରିନାହିଁ। ପାଟିଲ କହିଛନ୍ତି ଯେ ୨୦୧୪ ରେ ଯେତେବେଳେଭାଜପା କ୍ଷମତାକୁ ଆସିଲା, ସେତେବେଳେ ସରକାର ପାକିସ୍ତାନରେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ଏବଂ ଗଲୱାନ ଓ ତୱାଙ୍ଗରେ ଚାଇନାକୁ ଉଚିତ ଉତ୍ତର ଦେଇଥିଲେ।
ନାନ୍ଦେଡ ଏମ୍ପି ପାଟିଲ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟମାନେ ନିଶ୍ଚିତ ଅଛନ୍ତି ଯେ ମୋଦି ସରକାର ୧୯୬୨ ମସିହାରେ ହରାଇଥିବା ଜମି ଫେରାଇ ଆଣିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବେ।