ଗୋଲ୍ଡ ଇଜ୍‌ ଓଲ୍ଡ! ବିବାହ ଋତୁରେ ଚାଲିଛି ପ୍ଲାଟିନମର କ୍ରେଜ୍‌

ନୂଆଦିଲ୍ଲୀ,୩୦।୧୧: ଦେଶରେ ଆରମ୍ଭ ହୋଇଛି ବିବାହ ଋତୁ। ବିବାହ ସିଜନକୁ ଦେଖି ସୁନା-ରୁପା ଅଳଙ୍କାରରେ ରେକର୍ଡସ୍ତରୀୟ ବ୍ୟବସାୟ ଦେଖିବାକୁ ମିଳୁଛି। ମାର୍କେଟରେ ସୁନା ଦର ୪୨ହଜାର ପାର୍‌ କରିଛି। ସୁନା ଦର ଆକାଶଛୁଆଁ ହେବାରୁ ସୁନା କିଣିବା କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ଲୋକମାନେ ସୁନା ବଦଳରେ ପ୍ଲାଟିନମକୁ ଖୁବ୍‌ ପସନ୍ଦ କରୁଛନ୍ତି। ମ୍ୟାରେଜ ଫଙ୍କଶନରେ ଏବେ ସୁନା ବଦଳରେ ପ୍ଲାଟିନମର କ୍ରେଜ୍‌ ଅଧିକ ଦେଖିବାକୁ ମିଳୁଛି। ଏପରିକି ବର କନ୍ୟାକୁ ଉପହାରରେ ସମ୍ପର୍କୀୟ ପ୍ଲାଟିନମ ଜୁଏଲାରୀ ଗିଫ୍ଟ ମଧ୍ୟ କରୁଛନ୍ତି।
ନିକଟରେ ପ୍ରକାଶ ପାଇଥିବା ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପ୍ଲାଟିନମ ୧୦ ଗ୍ରାମ ପିଛା ପ୍ରାୟ ୨୫ହଜାର ଟଙ୍କା ରହିଛି।
ରିଟେଲ ଜୁଏଲାରୀ ଚେନ ଜୋୟାଲୁକ୍କାସର ଚେୟାରମ୍ୟାନ ଆନନ୍ଦ ଆଲୁକ୍କାସ କହିଛନ୍ତି, ଭାରତୀୟ ଗ୍ରୁମମାନେ ଏବେ ସୁନା ଚେନ କି ମୁଦି ବଦଳରେ ଭଲ ଡିଜାଇନ ସହିତ ପତଳା ପ୍ଲାଟିନମ ଚେନ ଖୋଜୁଛନ୍ତି । ଚଳିତ ବିବାହ ସିଜିନରେ ଭାରତୀୟ ଗ୍ରୁମଙ୍କର ପ୍ଲାଟିନମ ଅଳଙ୍କାର କିଣା ୨୫-୩୦ ପ୍ରତିଶତ ବୃଦ୍ଧି ଘଟିଛ। ଖାସ୍‌ କରି ପ୍ଲାଟିନମ ବ୍ରେସଲେଟ ଓ ଚେନ୍‌ ଲୋକପ୍ରିୟ ହେବାରେ ଲାଗିଛି।

Share