ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କଲେ ଖଲିସ୍ତାନୀ ସମର୍ଥକ

ଲଣ୍ଡନ,୨୨।୩: ଲଣ୍ଡନରେ ଖଲିସ୍ତାନୀ ସମର୍ଥକମାନେ ବୁଧବାର ପୁଣି ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ହାଇ କମିଶନଙ୍କ ସୁରକ୍ଷା ବୃଦ୍ଧି କରାଯିବା ସହ ବ୍ୟାରିକେଡ ଲଗାଯାଇଛି। ଏହି ବ୍ୟାରିକେଡ ସମ୍ମୁଖରେ ଠିଆ ହୋଇ ହାତରେ ଖଲିସ୍ତାନର ପତାକା ଧରି ପ୍ରଦର୍ଶନ କରାଯାଇଥିଲା। ଘଟଣାସ୍ଥଳରେ ବ୍ୟାରିକେଡ ଏବଂ ପୋଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।
ସୂଚନାଯୋଗ୍ୟ, ତିନି ଦିନ ପୂର୍ବେ ଖଲିସ୍ତାନର ସମର୍ଥକମାନେ ଭାରତୀୟ ହାଇ କମିଶନ ଉପରେ ଆକ୍ରମଣ କରିଥିଲେ।

Share