ଖେଳ ଅଭ୍ୟାସ କଲେ ଭାରତ ହକି ଦଳ

ରାଉରକେଲା ଅଫିସ,୩୧।୧୨: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଦଳ ଶୁକ୍ରବାର ସକାଳ ଓ ସନ୍ଧ୍ୟାରେ ଅଭ୍ୟାସ କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ। ସକାଳ ସାଢେ ୯ଟାରେ ସମସ୍ତ ଖେଳାଳି ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚତ୍ ପ୍ରଥମେ ୱାର୍ମଅପ୍‌ କରିଥିଲେ। ପରେ ନୂତନ ଆଷ୍ଟ୍ରୋଟର୍ଫ ଉପରେ ପ୍ଲାଷ୍ଟିକ କୋନ୍‌ ରଖି ଭାରତ ଦଳର ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଶୁଖଜିତ ସିଂ ୫ ସେଟ ଲେଖାଏଁ ଅଭ୍ୟାସ କରିଥିଲେ। ସେହିପରି ଡିଫେନଡର ଖେଳାଳି ଜନନପ୍ରୀତ ସିଂ ଓ ସୁରେନ୍ଦ୍ର କୁମାର ହକି ବଲ ପାସିଂ ଡିଫେନ୍ସ ଶୈଳୀ ପ୍ରଦର୍ଶନ କରିଥିଲେ। ପରେ ଭାରତୀୟ ଦଳ ବିର୍ସାମୁଣ୍ଡା ଷ୍ଟାଡିମୟରେ ଥିବା ଅତ୍ୟାଧୁନିକ ହୋଟେଲର ‘ଏ’ ବ୍ଲକ୍‌କୁ ଯାଇଥିଲେ। ସନ୍ଧ୍ୟା ସାଢେ ୬ଟାରେ ପୁଣି ଭାରତୀୟ ଦଳ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ।

Share