ଆଜି ଭାରତୀୟ ହକି ଦଳର ରୋଡ୍‌ ଶୋ’

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ଭାରତୀୟ ପୁରୁଷ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛି। ଫଳରେ ଖେଳାଳିଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ପର୍ବ ଜାରି ରହିଛି। ଓଡ଼ିଶା ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ରହି ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରି ସାରିଛନ୍ତି। ପ୍ରତି ଖେଳାଳିଙ୍କୁ ୧୫ ଲକ୍ଷ, ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଏବଂ ଓଡ଼ିଶାର ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପ୍ରଦାନ କରାଯିବ। ଭାରତୀୟ ଦଳକୁ ଏଠାରେ ସମ୍ବର୍ଦ୍ଧନା ପାଇଁ ବୁଧବାର ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ସମ୍ପର୍କରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, ”ପ୍ୟାରିସ୍‌ ଅଲିମ୍ପିକ୍ସ – ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ହକି ଦଳ ଦେଶ ପାଇଁ ସୁନାମ ଅର୍ଜନ କରିଛି। ଭାରତୀୟ ଦଳର ଏହି ବ୍ରୋଞ୍ଜ ପଦକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ବାନ। ଏହି ବିଜୟ ଯୁବ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣା ସଦୃଶ“।
ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକି ଦଳ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ପହଞ୍ଚତ୍ବ। ସେଠାରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଭବ୍ୟ ସ୍ବାଗତ କରାଯିବ। ଏହାପରେ ଭାରତୀୟ ଦଳକୁ ରୋଡ଼ ଶୋ’ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରେ ଲୋକସେବା ଭବନ କନଭେନଶନ ସେଣ୍ଟରରେ ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି।
ଯୁବ କ୍ରୀଡାବିତ୍‌ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ। କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୨୮ ଅଲିମ୍ପିକ୍ସରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ଯେପରି ଅଧିକ ପଦକ ହାସଲ କରିପାରିବେ ସେଥିପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ଭାରତ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ ପାଇଁ ଯୋଜନା କରୁଛି। ସେହି ବର୍ଷ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ନର୍ଦ୍ଦିଷ୍ଟ ମାନଦଣ୍ଡ ରହିଥାଏ। ତାହା ପୂରଣ କରିପାରିଲେ ଆମେ ମଧ୍ୟ ଏହି ମେଗା ଇଭେଣ୍ଟ ଆୟୋଜନରେ ନିଜକୁ ସାମିଲ କରିପାରିବୁ ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ଇରାଶିଷ ଆଚାର୍ଯ୍ୟ ଏବଂ କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ଥିଲେ।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ହକିର ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଥିଲେ ଓଡ଼ିଶା ସରକାର। ୨୦୧୮ରେ ଜାତୀୟ ଦଳର ପ୍ରାୟୋଜକ ହୋଇଥିଲା ଓଡ଼ିଶା। ପ୍ରଥମ ରାଜ୍ୟଭାବେ ଏକ ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ଉଦାହରଣ ସୃଷ୍ଟି କରିଥିଲା। ଏହାପରେ ଭାରତୀୟ ହକି ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବାବେଳେ ମହିଳା ଦଳ ୪ର୍ଥ ସ୍ଥାନ ହାସଲ କରି ପ୍ରଶଂସିତ ହୋଇଥିଲା। ଏହାପରେ ରାଜ୍ୟ ସରକାର ୨୦୩୩ ପର୍ଯ୍ୟନ୍ତ ଚୁକ୍ତି ସମୟସୀମାକୁ ବୃଦ୍ଧି କରିଥିଲେ। ପରେ ଆଉ ୩ ବର୍ଷ ଅର୍ଥାତ୍‌ ୨୦୩୬ ପର୍ଯ୍ୟନ୍ତ ଏହାକୁ ବଢ଼ାଇବାକୁ ନୂଆ ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ପର୍ଯ୍ୟନ୍ତ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri