Posted inଖେଳ

ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ହକି ଦଳ

ପ୍ୟାରିସ,୮।୮: ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ଅଧିନାୟକ ହରମନପ୍ରୀତ ସିଂଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ହେଲେ ଏଥିରେ ଗୋଟିଏ ବି ଗୋଲ ସ୍କୋର ହୋଇପାରି ନ ଥିଲା। ହେଲେ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ ଗୋଟିଏ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ଦଳର ମାର୍କ ମିରାଲ୍ସ ୧୮ ମିନିଟରେ ଏହି ଗୋଲ ସ୍କୋର କରିଥିଲେ।

କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷ ମିନିଟରେ ଅଧିନାୟକ ହରମନପ୍ରୀତ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କର୍ନ୍‌ଭଟ କରି ସ୍କୋରକୁ ୧-୧ରେ ବରାବର କରିଥିଲେ। ତୃତୀୟ କ୍ୱାର୍ଟରରେ ଟିମ୍‌ ଇଣ୍ଡିଆ ଆକ୍ରମଣାତ୍ମକ ଦେଖାଯାଉଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଗୋଟିଏ ଗୋଲ ସ୍କୋର କରିଥିଲା। ୩୩ତମ ମିନିଟରେ ହରମାନପ୍ରୀତ ପେନାଲ୍ଟି କର୍ଣ୍ଣରର ସୁଯୋଗ ନେଇ ଗୋଟିଏ ଗୋଲ ସ୍କୋର କରିଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରରେ ଭାରତ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। କିନ୍ତୁ କୌଣସି ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା । ସେହିପରି ସ୍ପେନ ମଧ୍ୟ ଗୋଲ ସ୍କୋର କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲା। ହେଲେ ଟିମ୍‌ ଇଣ୍ଡିଆ ସବୁ ପ୍ରୟାସକୁ ବିଫଳ କରିଥିଲା। ଫଳରେ ଭାରତ ୨-୧ରେ ବିଜୟୀ ହୋଇ ବ୍ରୋଞ୍ଜ ମେଡାଲ ଜିତି ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି। ସୂଚନା, ଯୋଗ୍ୟ, ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପକ୍ସରେ ପଦକ ଜିତିଛି ଭାରତ। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବି ବ୍ରୋଞ୍ଜ ପଦକ ଜିତିଥିଲା ଭାରତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri