ଏପ୍ରିଲ ୨୪ରେ ବିବାହ କରିବେ ଶାୟଲୀ

ବମ୍ବେ: ଇଣ୍ଡିଆନ ଆଇଡଲ ୧୨ର ସେକେଣ୍ଡ ରନର୍ସ ଅପ୍‌ ଶାୟଲୀ କାମ୍ବଲେ ବିବାହ କରିବେ। ଆସନ୍ତା ଏପ୍ରିଲ ୨୪ରେ ତାଙ୍କ ହାତଗଣ୍ଠି ପଡ଼ିବ। ବିବାହକୁ ଆଉ ଦିନ କେଇଟା ଥିବା ବେଳେ ଶାୟଲୀଙ୍କ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଉପଯୁକ୍ତ ଦିନକୁ ଅପେକ୍ଷା।

ସୁପରଷ୍ଟାର ସିଙ୍ଗର ୨ରେ ଶାୟଲୀ ମେଣ୍ଟର ଭାବେ ନଜର ଆସିବେ। ଏଥିପାଇଁ ସେ ପୂର୍ବରୁ ବିବାହକୁ ନେଇ ଶପିଂ ସାରି ଦେଇଛନ୍ତି। କର୍ମ ଜୀବନ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବାକୁ ସେ ଚାହୁଁଥିଲେ। ଶେଷରେ ତାହା ହିଁ ହୋଇଛି।
ଗତ ବର୍ଷ ଡିସେମ୍ବରରେ ନିଜର ବନ୍ଧୁ ଧବଲଙ୍କ ସହ ଶାୟଲୀଙ୍କ ନିର୍ବନ୍ଧ ସରିଛି। ସେବେଠାରୁ ସେ ବିବାହର ଦିନକୁ ଅପେକ୍ଷା କରି ରହିଥିଲେ। ଏବେ ଦିନ ପାଖେଇ ଆସୁଥିବାରୁ ଶାୟଲୀ ବେଶ ଉତ୍ସାହିତ ଥିବା କହିଛନ୍ତି।