ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କୁ ଫଲୋ କରନ୍ତି ବିରାଟ କୋହଲି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହୋଉଥିବା ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ୟୁପିର ଋଷି ସିଂ ସିଜନ୍‌-୧୩ର ବିଜେତା ହୋଇଛନ୍ତି। ତାଙ୍କୁ ଏକ ଚମତ୍କାର ଟ୍ରଫି ସହ ୨୫ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଯାହା ପରେ ଋଷିଙ୍କର ସୋସିଆଲ ମିଡିଆରେ ଫଲୋର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଫଲୋର୍ସଙ୍କ ତାଲିକାରେ ଏକ ବଡ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଆଜ୍ଞା ହିଁ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଋଷି ସିଂଙ୍କୁ ଫଲୋ କରିଛନ୍ତି। ବିରାଟଙ୍କ ଫଲୋଇଙ୍ଗ୍‌ ଲିଷ୍ଟରେ ରିଷିଙ୍କ ନାଁ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ରିଷିଙ୍କର ମୋଟ ୮୬୫ହଜାର ଫଲୋର୍ସ ଅଛନ୍ତି।