Categories: ଖେଳ

୧୦୯ ରନ୍‌ରେ ଭାରତୀୟ ଇନିଂସ ଶେଷ…

ଇନ୍ଦୋର,୧।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚରେ ସମସ୍ତ ଓ୍ବିକେଟ ହରାଇ ଭାରତୀୟ ଇନିଂସ ୧୦୯ରେ ଶେଷ ହୋଇଛି। ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉ ଥିବା ଏହି ମ୍ୟାଚରେ ଆରମ୍ଭରୁ ଟିମ୍‌ ଇଣ୍ଡିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଷ୍ଟ୍ରେଲୀୟ ସ୍ପିନରମାନେ ଆରମ୍ଭରୁ ମ୍ୟାଚ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଫଳରେ ଟିମ ଇଣ୍ଡିଆ ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ ହୋଇ ଯାଇଥିଲା।

ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମ୍ୟାଚ ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଭାରତ ପାଞ୍ଚଟି ୱିକେଟ ହରାଇଛି। ଭାରତର ସ୍କୋର ୪୫ ଥିବାବେଳେ ଅଧା ଖେଳାଳି ପାଭିଲିୟନ ଫେରିଥିଲେ। ମ୍ୟାଚ ପୂର୍ବାହ୍ନ ସାଢ଼େ ୯ଟା ରେ ଆରମ୍ଭ ହୋଇଥିଲା ଏବଂ ସାଢ଼େ ୧୦ ସୁଦ୍ଧା ରୋହିତ ଶର୍ମା (୧୨), ଶୁଭମାନ ଗିଲ (୨୧), ଚେତେଶ୍ୱର ପୂଜାରା (୧), ରବିନ୍ଦ୍ର ଜାଡେଜା (୪) ଏବଂ ଶ୍ରେୟାସ ଆୟର (୦) କରି ପାଭିଲିୟନକୁ ଫେରିଥିଲେ। ମାଥ୍ୟୁ କୁହେମାନ ରୋହିତ, ଶୁବମାନ ଏବଂ ଶ୍ରେୟାସଙ୍କୁ ଆଉଟ କରିଥିଲେ। ଏଥି ସହିତ ନାଥନ ଲିଅନ ଚେତେଶ୍ୱର ପୂଜାରା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ।

୨୨ ରନ ସ୍କୋର କରିବା ପରେ ବିରାଟ କୋହଲି ଆଉଟ ହୋଇଥିଲେ। ତାଙ୍କୁ ଟଡ ମର୍ଫି ଏଲବିଡବ୍ଲୁ କରିଥିଲେ। ସେ ତାଙ୍କ ଇନିଂସରେ ଦୁଇଟି ଚୌକା ମାରିଥିଲେ। ଇନିଂସର ୨୫ ତମ ଓଭରରେ ଭାରତ ସପ୍ତମ ଝଟକା ପାଇଥିଲା। ୧୭ ରନର ଇନିଂସ ଖେଳିବା ପରେ ଶ୍ରୀକର ଭରତ ଏଲବିଡବ୍ଲୁ ହୋଇଥିଲେ। ଲିଅନ ତାଙ୍କୁ ପାଭିଲିୟନକୁ ଫେରାଇ ଦେଇଥିଲେ। ତାଙ୍କ ଇନିଂସରେ ଭରତ ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ମଧ୍ୟାହ୍ନ ଭୋଜନ ପରେ ରବିଚନ୍ଦ୍ରନ ଅଶ୍ୱିନ ଆଉଟ ହୋଇଥିଲେ। ତାଙ୍କୁ ୱିକେଟ କିପର କେରିଙ୍କ ହାତରେ କୁହେମାନ କ୍ୟାଚ କରାଇଥିଲେ। ଅଶ୍ୱିନ ତିନି ରନ ସ୍କୋର କରଥିଲେ।

ଏହା ଉମେଶ ଯାଦବ ୧୭ ରନରେ ଆଉଟ ହୋଇଥିଲେ। ସେ ଗୋଟିଏ ଚୌକା ଏବଂ ଦୁଇଟି ଛକା ମାରିଥିଲେ। ଅକ୍ଷରର ୧୨ ରନରେ ଅପରାଜିତ ଥିବାବେଳେ ସିରାଜ ରନ ଆଉଟ ହୋଇଥିଲେ।

Share