Categories: ଜାତୀୟ

ଭାରତୀୟ ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ୪ ମୃତ

ଗ୍ୟାଙ୍ଗଟକ,୨୧।୧୨-ଉତ୍ତର ପୂର୍ବ ସିକିମ ନାଥୁଲାର ଚୀନ-ଭାରତ ସୀମା ନିକଟ ଜବାହରଲାଲ ନେହେରୁ ରୋଡରେ ରବିବାର ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଏକ ଗାଡି ଘାଟିରୁ ଖସିପଡିବାରୁ ୩ ଜଣ ଯବାନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ଚୁରମାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତଦେହକୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Share