Categories: ଜାତୀୟ

ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ନୂଆଦିଲ୍ଲୀ,୧୮।୪: ବିଦେଶରେ ଥିବା ଭାରତୀୟଙ୍କ ଟୁଇଟ୍‌ ଦେଖି ତୁରନ୍ତ ଏହାର ଯବାବ ଦେବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ସୌଦି ଆରବର ରିୟାଦରେ ଥିବା ଜଣେ ଭାରତୀୟ ଆତ୍ମହତ୍ୟା କରିବା କଥା ଟୁଇଟ୍‌ କରି ଜଣାଇଥିଲେ। କାରଣ ଦୀର୍ଘ ୧୨ ମାସ ହେବ ସେ ଭାରତ ଆସିବା ପାଇଁ ଭାରତୀୟ ଦୂତାବାସକୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ତାଙ୍କୁ ମିଳିନାହିଁ। ସେଥିପାଇଁ ସେ ଏବେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ହେଲେ ଏକଥା ଜାଣିବା ପରେ ତାଙ୍କୁ ସାହାଯ୍ୟ କରାଯିବ ବୋଲି ସୁଷମା ଆଶ୍ୱାସନା ଦେଇଛନ୍ତି।

Share