କରୋନା ଦ୍ୱିତୀୟ ଲହର ୭୧୯ଡାକ୍ତରଙ୍କ ନେଇଛି ଜୀବନ

ନୂଆଦିଲ୍ଲୀ,୧୨।୬: କରୋନା ସଂକମ୍ରଣର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। ଏହି ଦ୍ୱିତୀୟ ଲହରରେ ଏଯାଏ ୭୧୯ଡାକ୍ତରଙ୍କ ଜୀବନ ନେଇଛି କରୋନା। ଏନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମ୍‌ଏ) ପକ୍ଷରୁ ସୂଚନା ଦିଆଯାଇଛି। କରୋନାଯୋଗୁ ସବୁଠାରୁ ଅଧିକ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବିହାରରେ। ବିହାରେ ୧୧୧ଜଣଙ୍କ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶ ୭୯ ଓ ପଶ୍ଚିମବଙ୍ଗରେ ୬୩ ଓ ରାଜସ୍ଥାନରେ ୪୩ଜଣ ଡାଙ୍କରଙ୍କ ମୃତ୍ୟୁ ଘଟିଛି। ସେହିପରି ଆନ୍ଧ୍ରପ୍ରଦେଶରେ ୩୫, ତେଲେଙ୍ଗାନା ୩୬, ତାମିଲନାଡ଼ୁ ୩୨ କର୍ନାଟକ ୯ ଓ କେରଳରେ ୨୪ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ପ୍ରଥମ ଲହରରେ କରୋନାଜନିତ ୭୪୮ଜଣ ଡାକ୍ତରଙ୍କ ପ୍ରାଣହାନୀ ଘଟିଥିଲା। ତେବେ କରୋନାରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ବଳିଦାନ ପାଇଁ ତାଙ୍କୁ କରୋନା ଶହୀଦର ମାନ୍ୟତା ଦିଆଯିବା ଉଚିତ୍‌ ବୋଲି ଦାବି କରିଛି ଆଇଏମ୍‌ଏ। ଏଥିସହ ସରକାରଙ୍କ ପକ୍ଷରୁ ସେମାନଙ୍କ ପରିବାରଙ୍କୁ ଉଚିତ୍‌ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Share