Categories: ଜାତୀୟ

ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଆମେରିକା, ଅଷ୍ଟ୍ରେଲିଆ, କାନାଡାରେ କରିପାରିବେ ପ୍ରୋଜେକ୍ଟ, ଓ୍ବାର୍ଲଡ ଫେଡେରେଶନରୁ ମିଳିଲା ମାନ୍ୟତା

ନୂଆଦିଲ୍ଲୀ,୨୧।୯: ଭାରତର ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ(ଏନଏମସି)କୁ ୧୦ ବର୍ଷ ପାଇଁ ଓ୍ବାର୍ଲଡ ଫେଡେରେଶନ ଫର ମେଡିକାଲ ଏଜୁକେଶନ(ଡବ୍ଲୁଏଫଏମଇ) ମାନ୍ୟନାରେ ସମ୍ମାନୀତ କରାଯାଇପାରେ। ଏହି ନିଷ୍ପତ୍ତି ପରେ ଭାରତୀୟ ମେଡିକାଲ ଗ୍ରାଜୁଏଟ୍ସ ଏବେ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ପ୍ରୋଜେକ୍ଟ କରିପାରିବେ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ବିଶ୍ୱ ଫେଡେରେସନ ଫର ମେଡିକାଲ ଏଜୁକେସନ ମାନ୍ୟତା ଭାରତୀୟ ମେଡିକାଲ ସ୍ନାତକମାନଙ୍କ ପାଇଁ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭଳି ଅନ୍ୟ ଦେଶରେ ମାଷ୍ଟର ଟ୍ରେନିଂ ଏବଂ ଅଭ୍ୟାସ କରିବା ପାଇଁ ସୁଯୋଗ ଖୋଲିବ। ଏହି ସ୍ବୀକୃତି ଅନୁଯାୟୀ, ସମସ୍ତ ୭୦୬ ବିଦ୍ୟମାନ ମେଡିକାଲ କଲେଜଗୁଡିକ ଡବ୍ଲୁଏଫଏମଇ ମାନ୍ୟତା ପାଇଛନ୍ତି ଏବଂ ଆସନ୍ତା ୧୦ବର୍ଷରେ ପ୍ରତିଷ୍ଠିତ ହେବାକୁ ଥିବା ନୂତନ ମେଡିକାଲ କଲେଜଗୁଡ଼ିକ ସ୍ବୟଂଚାଳିତ ଭାବରେ ଡବ୍ଲୁଏଫଏମଇ ମାନ୍ୟତା ପାଇବେ।

Share