Categories: ଫୁରସତ

ଭାରତୀୟ ମିମ୍‌ ଶେୟାର କଲେ ଏଲନ ମସ୍କ

ସାନ୍‌ ଫ୍ରାନ୍ସିସ୍କୋ: ଟେସଲା ପ୍ରତିଷ୍ଠାତା ଏଲନ ମସ୍କ ମଙ୍ଗଳବାର ଏକ୍ସ’ରେ ଏକ ଭାରତୀୟ ମିମ୍‌କୁ ଶେୟାର କରିଛନ୍ତି। ‘ଓପନ୍‌ ଏଆଇ’ର ‘ଚାଟ୍‌ ଜିପିଟି’ ଫିଚର ସହ ‘ଆପଲ’ର ସହଭାଗିତାକୁ ମସ୍କ ବିରୋଧ କରି ଏହି ମିମ୍‌ ଶେୟାର କରିଛନ୍ତି। ଆପଲ ଡିଭାଇସ ସହ ଚାଟ୍‌ ଜିପିଟିର ବ୍ୟବହାର ଡାଟା ଗୋପନୀୟତାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଥିବାରୁ ଏହାକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ମସ୍କ ଏହି ପୋଷ୍ଟରେ କହିଛନ୍ତି। ଏହି ସହଭାଗିତାକୁ କାର୍ଯ୍ୟକାରୀ କରାଗଲେ ତାଙ୍କ କମ୍ପାନୀ ଗୁଡ଼ିକରେ ଆପଲ ଡିଭାଇସର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ।

Share