Categories: ଖେଳ

ଭାରତୀୟ ଦଳର ହାର୍ଡ କ୍ୱାରେଣ୍ଟିନ ଆରମ୍ଭ

ମୁମ୍ବାଇ, ୨୫।୫ : ଭାରତୀୟ ଅଧିନାୟକ ବିରାଟ କୋହଲି, ଓପନର ରୋହିତ ଶର୍ମା ଓ ମୁଖ୍ୟକୋଚ୍‌ ରବି ଶାସ୍ତ୍ରୀ ମଙ୍ଗଳବାର ଇଂଲଣ୍ଡ ଗସ୍ତ କରିବାକୁ ଥିବା ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ହାର୍ଡ କ୍ୱାରେଣ୍ଟିନ ଆରମ୍ଭ କରିଛନ୍ତି। ସେହିଭଳି ଭାରତୀୟ ମହିଳା ଦଳ ମଧ୍ୟ ମୁମ୍ବାଇର ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟସ୍ଥ ଗ୍ରାଣ୍ଡ ହ୍ୟାଟରେ ଆରମ୍ଭ କରିଛି ୮ ଦିନିଆ ହାର୍ଡ କ୍ୱାରେଣ୍ଟିନ। ଉଭୟ ଦଳ ଆସନ୍ତା ୨ ତାରିଖରେ ୟୁକେ ଗସ୍ତ କରିବ। ଗସ୍ତ ପୂର୍ବରୁ ଖେଳାଳି ଓ ଦଳର ଅନ୍ୟ ଷ୍ଟାଫଙ୍କ ୩ ଥର ନେଗେଟିଭ ରିପୋର୍ଟ ଦରକାର।

ଭାରତୀୟ ପୁରୁଷ ଦଳ ଆସନ୍ତା ୧୮ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବହୁ ପ୍ରତିକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ଖେଳିବ। ଏହାପରେ ଆରମ୍ଭ ହେବ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌। କୋଭିଡ୍‌ରୁ ମୁକ୍ତ ହେବା ପରେ ରିଦ୍ଦିମାନ ଶାହ ଓ ପ୍ରସିଦ୍ଧ କ୍ରିଷ୍ଣା ଦୁଇ ଦିନ ଆଗୁଆ ବବ୍‌ଲରେ ଯୋଗଦେଇଥିବାବେଳେ କୋହଲି, ରୋହିତ ଓ କୋଚ୍‌ ଶାସ୍ତ୍ରୀ ଏବେ ବବ୍‌ଲରେ ଯୋଗଦେଇଛନ୍ତି ବୋଲି ବିସିସିଆଇ ସୁତ୍ରରୁ ଜଣାପଡ଼ିଛି।

Share