ନୂଆଦିଲ୍ଲୀ,୧୩।୫: ଦୀର୍ଘ ୪୩ ବର୍ଷ ପରେ ‘ଥୋମାସ କପ୍’ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ରଚିଛି। ଶକ୍ତିଶାଳୀ ମାଲେସିୟାକୁ ୩-୨ରେ ପରାସ୍ତ କରି ଭାରତୀୟ ଟିମ ସେମି ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ଭାରତ ସେମିରେ ପ୍ରବେଶ କରିଥିବାରୁ ବ୍ରୋଞ୍ଜ ମେଡାଲ ସୁନିଶ୍ଚିତ କରିଛି। ୧୯୭୯ ପରଠାରୁ ଭାରତ ପ୍ରଥମଥର ପାଇଁ ଏହି ମେଡାଲ ଜିତିବାକୁ ସକ୍ଷମ ହୋଇଛି। ତେବେ କ୍ୱାର୍ଟର ଫାଇନାଲରେ ଭାରତୀୟ ପୁରଷ ଦଳ ଶକ୍ତିଶାଳୀ ମାଲେସିୟାକୁ ଭେଟିଥିଲା। ଭାରତ ପାଇଁ ଏହି ମ୍ୟାଚ ଜିତିବା ଆଦୌ ସହଜ ନ ଥିଲା।