Categories: ଫୁରସତ

ବାଇକ୍‌ରେ ଯାଉଥିଲେ ଏକ ପରିବାରର ୪ ଜଣ, ମା’ ଝିଅଙ୍କୁ ଯେମିତି ବସାଇଛନ୍ତି ଭିଡିଓ ଦେଖିଲେ…

ବର୍ତ୍ତମାନ ଇଣ୍ଟରନେଟ୍‌ରେ ଏକ ପରିବାରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପରିବାରର ୪ ଜଣ କେଉଁ ଏକ ସ୍ଥାନକୁ ବାଇକ୍‌ରେ ଯାଉଥିବା ବେଳେ କିଏ ଜଣେ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛି।
ଭାଇରାଲ କ୍ଲିପ୍‌ରେ ଏହା ଦେଖିବାକୁ ମିଳେଯେ, ୪ ଜଣ ବାଇକ୍‌ରେ ଯାଉଛନ୍ତି। ସେମାନେ କୌଣସି ପ୍ରକାରେ ବାଇକ୍‌ ଉପରେ ବସିଛନ୍ତି। ପୁରୁଷ ଜଣକ ଟାଙ୍କି ଉପରେ ବସିଥିବା ବେଳେ ପଛରେ ତାଙ୍କ ପୁଅ ଓ ସ୍ତ୍ରୀ ବସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ମହିଳାଙ୍କ କୋଳରେ ତାଙ୍କ ବଡ଼ ଝିଅ ବସିଛନ୍ତି। ମହିଳାଙ୍କ ଏପରି ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିଛି ୟୁଜର୍ସ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ, କେବଳ ମା’ ହିଁ ଏହା କରିପାରିବେ।
ଏହି ଭିଡିଓ ଇନଷ୍ଟାଗ୍ରାମ ପେଜ୍‌ @purnia_parivarରୁ ପୋଷ୍ଟ କରାଯାଇଛ। ଏହି ଭିଡିଓକୁ ଅନେକ ଲାଇକ୍‌ କରିଥିବା ବେଳେ ଅନେକ ଜଣ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଭାରତ ସରକାର ତାଙ୍କୁ ପୁରସ୍କାର ଦେବା ଉଚିତ୍‌। ଅନ୍ୟଜଣେ କହିଛନ୍ତି, ସେମାନଙ୍କୁ ପରିହାସ କର ନାହିଁ, ଏହା ମଧ୍ୟବିତ୍ତ ଲୋକଙ୍କ ଅବସ୍ଥା।

Share