ଭାରତୀୟ ମୌସୁମୀ ୨୭୦ ଲକ୍ଷ ବର୍ଷ ପୁରୁଣା

ନୂଆଦିଲ୍ଲୀ,୨୦।୨: ଭାରତୀୟ ମୌସୁମୀର ବିବର୍ତ୍ତନ ନେଇ ସମ୍ପୂର୍ଣ୍ଣ ଭାବରେ କୌଣସି ତଥ୍ୟ ମିଳି ପାରିନାହିଁ। ଏହାର ଉତ୍ପତ୍ତି ସ୍ଥିତିର ତୀବ୍ରତା କିପରି ସମ୍ଭବ ହେଉଛି ତାହାର ଡିକୋଡ କୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା କରିନାହାଁନ୍ତି। ସମୟ ସହିତ ଏହା କିପରି ବଦଳିଛି ତାହାର ମଧ୍ୟ ବିସ୍ତୃତ ଓ ଉପଯୋଗୀ ସୂଚନା ମଧ୍ୟ ସଂରକ୍ଷିତ ହୋଇ ନାହିଁ। ବଙ୍ଗୋପ ସାଗରର ପଙ୍କ କାଦୁଅର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଭାରତୀୟ ମୌସୁମୀ ୨୭୦ ଲକ୍ଷ ବର୍ଷ ପୁୁରୁଣା। ପୂର୍ବ ଅଧ୍ୟୟନଗୁଡ଼ିକରେ ଭାରତୀୟ ମୋସୁମୀ ୧୨୦ ଲକ୍ଷ ବର୍ଷ ପୁରୁଣା ବୋଲି ଦର୍ଶାଯାଇଥିଲା। ଗବେଷକମାନେ ସେତେବେଳେ ବଣ, ଜଙ୍ଗଲ ତଥା ପବନରୁ ମିଳିଥିବା ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଥିଲେ। ତେବେ ସେମାନେ ମୌସୁମୀ ତୀବ୍ରତାର ସ୍ପଷ୍ଟ ରୂପରେଖ ଜାଣି ପାରି ନ ଥିଲେ। ଲକ୍ଷ୍ନୌର ବୀରବଲ ସାହାଣୀ ପାଲେଣ୍ଟୋଲୋଜ ଇନଷ୍ଟିଚ୍ୟୁଟର ସାଜିଦ ଅଲ୍ଲୀ କହିଛନ୍ତି ଯେ, ବଙ୍ଗୋପସାଗର କୂଳର ସ୍ତରୀଭୂତ ଶୀଳା ଏବଂ ପଙ୍କ କାଦୁଅର ପରିବର୍ତ୍ତନ ମୌସୁମୀ ସହିତ ସିଧାସଳଖ ଜଡିତ। ସେହିପରି ମାଟିତଳେ ଥିବା ଖଣିଜ ପଦାର୍ଥର ଉପସ୍ଥିତି ମୌସୁମୀର ତୀବ୍ରତା ଉପରେ ନିର୍ଭର କରିଥାଏ। ମୌସୁମୀ ଶକ୍ତିଶାଳୀ ଏବଂ ଦୁର୍ବଳ ହେବା ଉପରେ ବିଭିନ୍ନ ଖଣିଜ ପଦାର୍ଥର ସୃଷ୍ଟିକୁ ପ୍ରଭାବିତ ହୋଇଥାଏ। ଏହି ଅଧ୍ୟୟନ ପାଇଁ ଏହି ରିପୋର୍ଟ ‘ପାଲୋଓସେନୋଗ୍ରାଫି ଏବଂ ପାଲୋକ୍ଲିମାଟୋଲୋଜି’ ପତ୍ରିକା ୱିଲିରେ ପ୍ରକାଶିତ ହେବ। ଏଥିରେ ଜାପାନର ଆନ୍ତର୍ଜାତୀୟ ମହାସାଗର ଉପକୂଳରୁ ସଂଗୃହୀତ ହୋଇଥିବା ୩୮ଟି ପଙ୍କ କାଦୁଅ ନମୁନା ରହିଛି। ଗବେଷକମାନେ ପ୍ଲାନକଟନର ନାନୋ ଜୀବାଶ୍ମ ଅଧ୍ୟୟନ କରିଥିଲେ। ଏସବୁ ୨୭୦ ଲକ୍ଷ ବର୍ଷ ପୁରୁଣା ବୋଲି ଜଣାପଡ଼ିଥିବା ଅଲ୍ଲୀ ସ୍ପଷ୍ଟ କରିଛନ୍ତି।

Share