ବସ୍ତାରେ ରଖି ଶିଶୁଙ୍କୁ ଅପହରଣ କରୁଥିବା ଭାରତୀୟ ନେପାଳରୁ ଗିରଫ

କାଠମାଣ୍ଡୁ,୨୧।୮: ଦୁଇ ଶିଶୁ ଅପହରଣ ଅଭିଯୋଗରେ ନେପାଳରେ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ପିଲାମାନଙ୍କୁ ଅଖା ଭିତରେ ନେଇ ଯାଉଥିଲେ କିନ୍ତୁ ପିଲାମାନଙ୍କ କୋଳାହଳ ଯୋଗୁଁ ସେ ଧରାପଡିଥିଲେ। ବର୍ତ୍ତମାନ ନେପାଳ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବାରେ ଲାଗିଛି। ଏହି ଘଟଣା ନେପାଳର ବାରା ଜିଲାରୁ ଆସିଛି। ଅଭିଯୁକ୍ତ ଜଣକ ୨୨ବର୍ଷୀୟ ତବରେଜ ଆଲାମ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ବିହାରର ବାସିନ୍ଦା ତବରେଜ ଆଲାମଙ୍କୁ ରବିବାର ନେପାଳ ପୋଲିସ ଏକ ନଅ ମାସର ବାଳିକା ଏବଂ ଦୁଇ ବର୍ଷର ବାଳକକୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଗିରଫ କରିଥିଲା। ନେପାଳ ପୋଲିସ ଅଧିକାରୀ ରାଜେନ୍ଦ୍ର ଖଡକା ଏହି ସୂଚନା ଦେଇଛନ୍ତି। ଖଡକା କହିଛନ୍ତି ଯେ ଅଭିଯୁକ୍ତ ିବରେଜ ଆଲାମ ପିଲାମାନଙ୍କୁ ସାଙ୍ଗରେ ନେଇ ଦେବତାଲ ଗ୍ରାମାଞ୍ଚଳରୁ ଏକ ଅଖା ଭିତରେ ନେଇ ଯାଉଛନ୍ତି। ଏହି ସମୟରେ ପିଲାମାନଙ୍କର କ୍ରନ୍ଦନ ଶୁଣି ନେପାଳର ସାମରିକ ବାହିନୀର ଏକ ଟିମ ତାଙ୍କୁ ଧରିଥିଲେ।

Share