ନୂଆଦିଲ୍ଲୀ,୪ ।୧୨: ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ମଧ୍ୟରୁ ଅନ୍ୟତମ । ଭାରତୀୟ ନୌସେନା ଦେଶର ସୁରକ୍ଷାକୁ ନେଇ ସବୁବେଳେ ଜାଗ୍ରତ ରହିଛି । ଇଣ୍ଡିଆନ ନାଭି ସମୟ ସହ ନିଜର ଶକ୍ତିକୁ ବିକଶିତ କରି ଚାଲିଛି । ଏହି କାରଣରୁ ଭାରତୀୟ ନୌସେନା ବିଶ୍ୱର ଶକ୍ତିଶାଳୀ ନୌସେନା ମଧ୍ୟରେ ଗୋଟିଏ ହୋଇପାରିଛି ।
ଭାରତୀୟ ନୌସେନା ନିକଟରେ କେବଳ ଆଧୁନିକ ଅସ୍ତ୍ରଶସ୍ତ୍ର ନୁହେଁ ବରଂ ଯୁଦ୍ଧପୋତ ବି ରହିଛି । ଏହାସହ ଆମ ନୌସେନାଙ୍କ ନିକଟରେ ସେମିତି କିଛି ସାହସ ରହିଛି ଯାହାକୁ ଦେଖି ଭାରତ ଉପରକୁ କୌଣସି ଶତ୍ରୁ ଆଖି ଉଠାଇ ଅନାଇବା ପୂର୍ବରୁ କିଛିଥର ଭାବିବାକୁ ବାଧ୍ୟ ହେବ । ପ୍ରତିବର୍ଷ ୪ ଡିସେମ୍ବରରେ ନୌସେନା ଦିବସ ପାଳନ କରାଯାଇଥାଏ । ଏହି ଦିବସର ସମ୍ପର୍କ ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ହୋଇଥିବା ବିଜୟ ସହ ସମ୍ପର୍କ ରଖିଛି । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ‘ଅପରେଶନ ଟ୍ରାଇଡେଣ୍ଟ’ରେ ଭାରତୀୟ ନୌସେନର ସଫଳତାରେ ୪ ଡିସେମ୍ବରକୁ ନୌସେନା ଦିବସ ଭାବେ ପାଳନ କରାଯାଇଥାଏ । ନାଭି ଡେ ଭାରତୀୟ ନୌସେନାଙ୍କ ଅଦମ୍ୟ ସାହସକୁ ସମ୍ମାନ ଦେଇଥାଏ ।