Categories: ଜାତୀୟ

ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗରରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ,୩୧ା୧୨: ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗର ଏବଂ ଆଡେନ୍‌ ଉପସାଗରରେ ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ନୌସେନାର ଯୁଦ୍ଧଜାହାଜକୁ ଏଥିରେ ନିୟୋଜିତ କରାଯାଇଛି।

ଗତ ୨୩ ତାରିଖରେ ଗୁଜରାଟଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍‌ ଦୂର ଆରବ ସାଗରରେ ଏମ୍‌ଭି ଚେମ୍‌ ପ୍ଲୁଟୋ ନାମକ ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିଲା। ଏଥିରେ ୨୧ ଭାରତୀୟ ଥିଲେ। ଏହି ଘଟଣାର ଦିନକ ପରେ ଲୋହିତ ସାଗରରେ ଭାରତ ଆସୁଥିବା ତୈଳବାହୀ ଜାହାଜ ଏମ୍‌ଭି ସାଇବାବା ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିଲା। ଗତ କିଛି ସପ୍ତାହ ହେଲା ଲୋହିତ ସାଗର, ଆଡେନ୍‌ ଉପସାଗର ଏବଂ ଆରବ ସାଗରରେ ବାଣିଜି୍ୟକ ଜାହାଜ ଉପରେ ଆକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନୌସେନା ଆରବ ସାଗର ଓ ଆଡେନ୍‌ ଉପସାଗରରେ ସର୍ଭିଲାନ୍ସ ବ୍ୟବସ୍ଥା ବଢ଼ାଇଛି।

Share