Categories: ଜାତୀୟ

ସମୁଦ୍ରରେ ଖସି ପଡିଲା ମିଗ୍‌-୨୯କେ

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ନୌସେନାର ମିଗ-୨୯କେ ଗୁରୁବାର ଦୁର୍ଘଟଣାର ଶିକାର ହୋଇଛି। ଗୁରୁବାର ସା ପ୍ରାୟ ପାଞ୍ଚଟା ବେଳେ ମିଗ-୨୯କେ ଦୁର୍ଘଟଣା ଘଟି ବିମାନଟି ସମୁଦ୍ରରେ ଖସିପଡିଥିଲା। ଯୁଦ୍ଧ ବିମାନରେ ଥିବା ଦୁଇ ଜଣ ପାଲଟଙ୍କ ମଧ୍ୟରୁ ନୌସେନା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ନୌସେନା ଅନୁଯାୟୀ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିମାନଟି ଟ୍ରେନର ବିମାନ ଭାବରେ ବ୍ୟବହୃତ ହେଉଥିଲା। ବିମାନର ଦ୍ୱିତୀୟ ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ ଗୋଆରେ ଭାରତୀୟ ନୌସେନାର ଏକ ମିଗ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାରେ ମଧ୍ୟ ମିଗ -୨୯କେ ଏକ ନିତ୍ୟବ୍ୟବହାର୍ଯ୍ୟ କାର୍ଯ୍ୟ କରୁଥିଲା। ଏହି ଦୁର୍ଘଟଣାରେ କୌଣସି ପାଇଲଟ୍‌ଙ୍କ କ୍ଷତି ହୋଇ ନ ଥିଲା।

Share