Categories: ଜାତୀୟ

ଭାରତୀୟ ନୌସେନାରେ ନିୟୋଜିତ ହେବ ୨୭ଟି ଶକ୍ତିଶାଳୀ ବୁଡାଜାହାଜ

ନୂଆଦିଲ୍ଲୀ,୨୨।୯: ଆଗାମୀ ଦିନରେ ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଭାବେ ପରିଗଣିତ ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୭ଟି ବୁଡ଼ାଜାହାଜ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛି। ଯେଉଁଥିରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବୁଡ଼ାଜାହାଜ ଅନ୍ତର୍ଭୁକ୍ତ। ଏହି ବୁଡ଼ାଜାହାଜଗୁଡ଼ିକ ପରମାଣୁ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ଭଳି ଘାତକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବ। ତେଣୁ ଏଗୁଡିକୁ ୁ ଷ୍ଟ୍ରାଟେଜିକ ଷ୍ଟ୍ରାଇକ ପରମାଣୁ ବୁଡାଜାହାଜ କୁହାଯିବ।

ଚାଇନା ହିନ୍ଦ ମହାସାଗରରେ ନିଜ ଶକ୍ତି ବଢାଇବାରେ ଲାଗିଛି। ଡ୍ରାଗନର ରିସର୍ଚ୍ଚ ଜାହାଜ ‘ସି ୟାନ ୬’ କଲମ୍ବୋ ବନ୍ଦରରେ ପହଞ୍ଚି ସାରିଛି। ତେଣୁ ଚାଇନାର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ବୁଡାଜାହଜ ମୁତୟନ ହେବ।

ଆରିହାନ୍ତ କ୍ଲାସ ବାଲିଷ୍ଟିକ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଭାରତର ସର୍ବୋତ୍ତମ ବୁଡ଼ାଜାହାଜ ମଧ୍ୟରୁ ଅନ୍ୟତମ, ଏଥିରୁ ୪ଟି ବୁଡ଼ାଜାହାଜ ରହିବ। ସମ୍ପ୍ରତି ୨ଟି ସେବାରେ ଅଛି, ୧ଟି ନିର୍ମାଣଧୀନ ଥିବାବେଳେ ନିକଟରେ ଗୋଟିଏ ନିୟୋଜନ କରାଯାଇଛି ।

Share