Categories: ଜାତୀୟ

ସି ସ୍କିମିଂ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା…

ମୋର୍ମୁଗୋଆ,୨୩।୫ : ଭାରତୀୟ ନୌସେନା ଏହାର ସ୍ବଦେଶୀ ସି ସ୍କିମିଂ କ୍ଷେପଣାସ୍ତ୍ର ବିନାଶକ ଆଇଏନଏସ ମୋର୍ମୁଗୋଆରୁ ମଧ୍ୟମ ରେଞ୍ଜ ସର୍ଫେସକୁ ଏୟାର ମିଶାଇଲକୁ ସଫଳତାର ସହ ପରୀକ୍ଷଣ କରିଛି। ମଙ୍ଗଳବାର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଭାରତୀୟ ନୌସେନା ମଙ୍ଗଳବାର ସଫଳତାର ସହ ଇଣ୍ଟରମିଡିଏଟ-ରେଞ୍ଜ ସର୍ଫେସ-ଟୁ-ଏୟାର ମିଶାଇଲକୁ ଏହାର ସର୍ବଶେଷ ସ୍ବଦେଶୀ ବିଧ୍ୱଂସକ ଯୁଦ୍ଧ ଜାହାଜ ରୁ ପରୀକ୍ଷଣ କରିଛି । ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ର ସଫଳତାର ସହିତ ସମୁଦ୍ରରେ ଏକ ସୁପରସୋନିକ ଟାର୍ଗେଟର ଲକ୍ଷ୍ୟଭେଦ କରିଥିଲା।

ସି ସ୍କିମିଂ ନାମରେ ଜଣାଶୁଣା ଉନ୍ନତ କ୍ଷେପଣାସ୍ତ୍ରର ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ତଳୁ ସମୁଦ୍ରରେ ଭାସୁଥିବା ଲକ୍ଷ୍ୟକୁ ଭେଦ କରିଥିଲା। ଉଲ୍ଲେଖନୀୟ କଥା ହେଉଛି, ରାଡାର କିମ୍ବା ଇନଫ୍ରାରେଡ ଚିହ୍ନଟକୁ ଏଡ଼ାଇବା ପାଇଁ ଅନେକ ଆଣ୍ଟି-ଶିପ କ୍ଷେପଣାସ୍ତ୍ର ଏବଂ କେତେକ ଯୁଦ୍ଧ ବିମାନ କିମ୍ବା ଷ୍ଟ୍ରାଇକ ବିମାନ ଦ୍ୱାରା ବ୍ୟବହୃତ ହେଉଥିବା ସି ସ୍କିମିଂ ଏକ ଉନ୍ନତ ଜ୍ଞାନକୌଶଳଯୁକ୍ତ ମିଶାଇଲ।

ଏହା ଭାରତୀୟ ନୌସେନାର ଭବିଷ୍ୟତର ଯୁଦ୍ଧ ପ୍ରସ୍ତୁତି ଏବଂ ଏକ ଆତ୍ମନିର୍ଭରଶୀଳ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।

Share