Categories: ଜାତୀୟ

ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍‌ର ସଫଳ ପରୀକ୍ଷଣ

କୋଲକାତା,୫।୩: ଆତ୍ମନିର୍ଭରଶୀଳ ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ନୌସେନା ରବିବାର ସଫଳତାର ସହ ସ୍ବଦେଶୀ ବ୍ରହ୍ମୋସ ମିଶାଇଲ୍‌ ପରୀକ୍ଷା କରିଛି। ଏହାର ବୁଷ୍ଟର୍‌ ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଛି। ଏହି ମିଶାଇଲ୍‌ କୋଲକାତାର ଯୁଦ୍ଧ ଜାହାଜରୁ ପରୀକ୍ଷଣ କରାଯାଇଥିଲା। ଏହା ଆରବ ସାଗରରେ ଥିବା ଲକ୍ଷ୍ୟକୁ ସଠିକ ଭାବରେ ଭେଦ କରିଛି। ଭାରତୀୟ ନୌସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ନୌସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ନୌସେନା ପକ୍ଷରୁ ଡିଆରଡିଓ ପରିକଳ୍ପିତ ସ୍ବଦେଶୀ ସାଧକ ଏବଂ ବର୍ଦ୍ଧକ ବ୍ରହ୍ମୋସ ମିଶାଇଲ୍‌ ଆରବ ସାଗରରେ ସଠିକ୍‌ ଆକ୍ରମଣ କରିଛି।
ଭାରତୀୟ ବାୟୁସେନା ଡିସେମ୍ବର ୨୦୨୨ରେ ବଙ୍ଗୋପସାଗରରେ ବ୍ରହ୍ମୋସ ଏୟାର ଲଞ୍ଚ୍‌ ମିଶାଇଲ୍‌କୁ ସଫଳତାର ସହ ପରୀକ୍ଷଣ କରିଥିଲା। ଏହା ୪୦୦ କିଲୋମିଟର ଦୂରରେ ଥିବା ଜିନିଷକୁ ଲକ୍ଷ୍ୟ କରିପାରିବ।

Share