Categories: ଜାତୀୟ

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୧୮ା୫ : ଭାରତ ମହାସାଗରରେ ଚାଇନାର ଏକ ମାଛଧରା ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ସେଥିରେ ଥିବା ୩୯ କର୍ମଚାରୀ ନିଖୋଜ ଅଛନ୍ତି। ବେଜିଂର ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ସାମିଲ ହୋଇଛି। ଉକ୍ତ ଜାହାଜରେ ୧୭ ଚାଇନା କ୍ରିଉ ମେମ୍ବରଙ୍କ ସମେତ ଇଣ୍ଡୋନେସିଆର ୧୭ ଜଣ ଏବଂ ଫିଲିପାଇନ୍ସର ୫ ଜଣ ଥିଲେ। ଖରାପ ପାଗ ସତ୍ତ୍ୱେ ଭାରତୀୟ ନୌସେନାର ପି୮ଆଇ ବିମାନ ତଲାସି ଅଭିଯାନ ଜାରି ରଖିଛି। ବୁଡ଼ିଯାଇଥିବା ବୋଟ୍‌କୁ ଠାବ କରିବା ପାଇଁ ଦକ୍ଷିଣ ଭାରତ ମହାସାଗର ଅଞ୍ଚଳରେ ନୌସେନା ଏହାର ଏୟାର ଏମ୍‌ଆର୍‌ ଉପକରଣକୁ ନିୟୋଜିତ କରିଛି।

Share