ଭାରତୀୟ ନୌସେନାକୁ ଏମିତି ସ୍ବାଗତ କଲେ ପୁଟିନ: ଦେଖିଲେ ଆଖି ଯିବ ଲାଖି…

ମସ୍କୋ,୨୯।୭: ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ଟାବର ରୁଷିଆ ନୌସେନା ଦିବସ ଉତ୍ସବରେ ଭାଗ ନେବାକୁ ରୁଷିଆରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଇଏନ୍‌ଏସ୍‌ ଟାବରରେ ଥିବା ଭାରତୀୟ ନୌସେନା କର୍ମଚାରୀଙ୍କୁ ସ୍ବାଗତ କରିବା ସହ ଉତ୍ସବରେ ଯୋଗ ଦେଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ରୁଷିଆର ନୌସେନା ଦିବସ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଆଇଏନ୍‌ଏସ୍‌ ଟାବର ସେଣ୍ଟ ପିଟର୍ସର୍ସ ପହଞ୍ଚିଛି। ଏହି ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର ନେଭା ନଦୀରେ ଥିବା ନାଭାଲ ପରେଡର ସମୀକ୍ଷା କରିଥିଲେ ଏବଂ ନୌସେନାର ନାବିକମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ପୁଟିନଙ୍କ ଏହି ବିଶେଷ ଶୈଳୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
୨୦୧୭ରୁ ନୌସେନା ଦିବସ ଅବସରରେ ରୁଷିଆର ନୌସେନା ଏକ ପରେଡ ଆୟୋଜନ କରିଛି। ଚଳିତ ବର୍ଷ ରୁଷିଆର ୨୦ଟି ଭୂପୃଷ୍ଠ ଜାହାଜ, ବନ୍ଧୁକ, ଚାରିଟି ଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜ ରୁଷିଆର ନୌସେନା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

Share