କାଠମାଣ୍ଡୁ,୧୦।୭: ନେପାଳର କେପି ଓଲି ସରକାର ଭାରତର ଏକ ସ୍ଥାନକୁ ନିଜ ନୂଆ ନକ୍ସାରେ ସାମିଲ କରିବା ପରେ ଉଭୟ ଦେଶ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଛି। ଭାରତୀୟ ମିଡ଼ିଆରେ ନେପାଳର ରାଜନୀତି ଏବଂ କୂଟନୀତିକୁ ନେଇ ଭୁଲ ବାର୍ତ୍ତା ଭାରତୀୟ ମିଡିଆରେ ପ୍ରକାଶ ପାଉଥିବା ଅଭିଯୋଗ କରି ଦୂରଦର୍ଶନକୁ ଛାଡ଼ି ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ ରୋକ ଲଗାଇଛି ନେପାଳ। ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ଦଳରେ ଦୁଇ ମତ ପ୍ରକାଶ ପାଇଛି। ଶାସକ ଦଳର ନେତା ହୋଇଥିଲେ ମଧ୍ୟ ତାଙ୍କୁ ବହିଷ୍କାର କରିବା ପାଇଁ ଦଳ ଭିତରୁ ସ୍ବର ଉଠିଛି।