ୟେମେନରେ ଭାରତୀୟ ନର୍ସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ସନା,୧୭।୧୧: ୟେମେନ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ମୂଳବାସିନ୍ଦା ମଲୟାଲୀ ନର୍ସ ନିମିଷା ପ୍ରିୟା ଫସିବାରେ ଲାଗିଛନ୍ତି। ଏହି ମାମଲାରେ ୟେମେନର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏକ ବର୍ଷ ଜେଲରେ ରହିବା ପରେ ନିମ୍ନ ଅଦାଲତ ନିମିଷାଙ୍କୁ ୨୦୧୮ରେ ମୃତ୍ୟୁଦଣ୍ଡ ଦେଇଥିଲେ, ଯାହାକୁ ନେଇ ନିମିଷାଙ୍କ ପରିବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ସେଠାରେ ମଧ୍ୟ ସେ ନିରାଶ ହୋଇଥିଲେ।
ଭାରତ ସରକାରଙ୍କ ଓକିଲ ଗୁରୁବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ୟେମେନର ସୁପ୍ରିମକୋର୍ଟ ନିମିଷାଙ୍କ ମୃତ୍ୟୁଦଣ୍ଡକୁ ସଂରକ୍ଷିତ ରଖିଛନ୍ତି। ନିମିଷାଙ୍କ ମା’ ୟେମେନ ଯିବାକୁ ଅନୁମତି ମାଗି ହାଇକୋର୍ଟରେ ଆବେଦନ କରିଥିଲେ।
ନିମିଷା ପ୍ରିୟା କେରଳର ପାଲକ୍କଡ ଜିଲାର ବାସିନ୍ଦା, ଯିଏ ୨୦୧୪ରେ କିମ୍ବା ବୋଧହୁଏ ଏହା ପୂର୍ବରୁ ତାଙ୍କ ସ୍ବାମୀଙ୍କ ସହ ୟେମେନ ଯାଇଥିଲେ। ତେବେ ଆର୍ଥିକ ସଙ୍କଟ ହେତୁ ତାଙ୍କ ସ୍ବାମୀ ଏବଂ ପିଲାମାନେ ସେଠାରୁ ଫେରି ଆସିଥିଲେ, କିନ୍ତୁ ନିମିଷା ସେଠାରେ ରହିଥିଲେ। ୟେମେନରେ ରହୁଥିବାବେଳେ ସେ ନିଜର ଏକ କ୍ଲିନିକ ଖୋଲିଥିଲେ। ଏହି କ୍ଲିନିକ ଖୋଲିବା ପାଇଁ ସେ ତଲାଲ ଅବଦୋ ମହିଦିଙ୍କ ସହ ଯୋଗାଯୋଗ କରି କ୍ଲିନିକ ଖୋଲିବାରେ ସାହାଯ୍ୟ ମାଗିଥିଲେ।

ଦି ନ୍ୟୁଜ ମିନିଟର ରିପୋର୍ଟ ଅନୁଯାୟୀ, ୨୦୧୪ରେ ନିମିଷା ପ୍ରିୟା ୟେମେନରେ ଏକ କ୍ଲିନିକ ଖୋଲିବାରେ ସାହାଯ୍ୟ ପାଇଁ ତଲାଲ ଅବଦୋ ମହଦିଙ୍କ ନିକଟକୁ ଯାଇଥିଲେ। ତଲାଲା ନିମିଷାଙ୍କ ସ୍ବାମୀ ଟୋନିଙ୍କର ଜଣେ ବନ୍ଧୁ ଥିଲେ। ୨୦୧୫ରେ ସେ ତାଙ୍କ ବନ୍ଧୁ ଅବଦୁଲ ହାନାନଙ୍କ ସହାୟତାରେ ଏକ କ୍ଲିନିକ ଖୋଲିଥିଲେ, ଯେଉଁଥିପାଇଁ ତାଙ୍କୁ ତଲାଲଙ୍କଠାରୁ କୌଣସି ସାହାଯ୍ୟ ମିଳି ନଥିଲା। ତେବେ ସେ ଯେତେବେଳେ କ୍ଲିନିକରୁ ରୋଜଗାର ଆରମ୍ଭ କରିଥିଲେ, ତାଲାଲ ତାଙ୍କ ଅଂଶ ଦାବି କରିବା ସହ ତାଙ୍କୁ ହଇରାଣ କରିବାକୁ ଲାଗିଲେ। ରିପୋର୍ଟ ଅନୁଯାୟୀ, ତଲାଲଙ୍କୁ ନକଲି ବିବାହ ଦଲିଲ ମଧ୍ୟ ମିଳିଥିଲା ଏବଂ ନିମିଷା ତାଙ୍କ ପତ୍ନୀ ବୋଲି ଦାବି କରିଥିଲେ।
୨୦୧୬ରେ ନିମିଶା ତାଲାଲଙ୍କ କାର୍ଯ୍ୟକଳାପକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ପରେ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଜେଲରୁ ବାହାରିବା ମାତ୍ରେ ସେ ନିମିଶାଙ୍କ ପାସପୋର୍ଟକୁ ନିଜ ପାଖରେ ରଖିଥିଲେ। ୨୦୧୭ରେ, ତାଙ୍କ ପାସପୋର୍ଟ ନେଇ ଯିବାରୁ ଏହାକୁ ଫେରାଇ ଆଣିବାକୁ, ନିମିଶା ତାଲାଲଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇଥିଲେ ଯାହା ଦ୍ୱରା ସେ ତାଙ୍କୁ ନିୟନ୍ତ୍ରଣ କରିପାରନ୍ତି। ଇଞ୍ଜେକ୍ସନ ଓଭରଡୋଜ ଯୋଗୁଁ ତଲାଲଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅବଦୁଲ ହାନାନ ମଧ୍ୟ ତାଙ୍କ ସହ ଜଡିତ ଥିଲେ।

Share