Categories: ଖେଳ

ଇଣ୍ଡିଆନ ଓପନ୍‌ ଗେଟ୍‌ବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓପନ ଗେଟ୍‌ବଲ (ଆଇଜିୟୁ) ଟୁର୍ନାମେଣ୍ଟର ନବମ ସଂସ୍କରଣ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟ କୁଳପତି ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ ଏସିଆ-ପାସିଫିକ୍‌ ଗେଟ୍‌ବଲ ୟୁନିୟନ ସମ୍ପାଦକ ପେଇ ଚୁନ୍‌ ଲିନ୍‌, ଆଇଜିୟୁ ସଭାପତି ପ୍ରକାଶ ବେତାଲା, ସମ୍ପାଦକ ଦିଲୀପ କୁମାର ଦାସ, କାର୍ଯ୍ୟକାରୀ କମିଟି ସଭାପତି ଦ୍ୱୀପାୟନ ପଟ୍ଟନାୟକ, ସମ୍ପାଦକ ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଓ କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଚଳିତ ବର୍ଷର ଟୁର୍ନାମେଣ୍ଟରେ ଭାରତର ବିଭିନ୍ନ ରାଜ୍ୟର ୧୨ଟି ଏବଂ ଡବଲ୍ସରେ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିବସରେ ଗ୍ରୁପ୍‌ ଓ ଡବଲ୍ସ ଇଭେଣ୍ଟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ସୋମବାର କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ।

Share