Categories: ଖେଳ

ଭାରତ ପାଇଁ ସମସ୍ୟା ପାଲଟିଛି ଗିଲ-ଇଶାନଙ୍କ ଯୋଡି

ନୂଆଦିଲ୍ଲୀ,୭।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ୫ଟି ଟି -୨୦ ମ୍ୟାଚ ଖେଳୁଛି। ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି। ୱେଷ୍ଟଇଣ୍ଡିଜ ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ୪ ରନରେ ପରାସ୍ତ କରିଛି। ସେହିପରି ଏହି ସିରିଜର ଦ୍ୱିତୀୟ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ଭାରତୀୟ ଦଳକୁ ୨ ଉଇକେଟ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତେବେ ଭାରତୀୟ ଦଳ ଉପରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ବିଶେଷ କରି ଭାରତୀୟ ଦଳର ବ୍ୟାଟିଂ ଉପରେ। ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ଭାରତୀୟ ବ୍ୟାଟିଂରେ ନିରାଶ କରିଛି।

ଏଥି ସହିତ ଇଶାନ କିଷନ ଏବଂ ଶୁବମାନ ଗିଲଙ୍କ ଓପନିଂ ଯୋଡି ଭାରତୀୟ ଦଳ ପାଇଁ ଫ୍ଲପ ବୋଲି ପ୍ରମାଣିତ ହୋଇଛି। ଇଶାନ କିଷନ ଏବଂ ଶୁବମାନ ଗିଲଙ୍କ ଯୋଡି କେବଳ ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜରେ ନୁହେଁ। ଯଦି ଆପଣ ଏହି ଆକଳନକୁ ଦେଖନ୍ତି ତେବେ ଇଶାନ କଷନ ଏବଂ ଶୁବମାନ ଗିଲ ଭାରତୀୟ ଦଳ ପାଇଁ ୮ଟି -୨୦ ମ୍ୟାଚରେ ଓପନର୍‌ ଭୂମିକା ଲିଭାଇଛନ୍ତି। କିନ୍ତୁ ରେକର୍ଡଗୁଡିକ ବହୁତ ଖରାପ ରହିଛି।

Share