ଅଜୟ ବାଙ୍ଗା ହେଲେ ଓ୍ବାଲର୍‌ଡ ବ୍ୟାଙ୍କ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୨: ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗାଙ୍କ ନାମ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ୍ବାଲର୍‌ଡ ବ୍ୟାଙ୍କ ମୁଖ୍ୟ ପଦ ପାଇଁ ଚୟନ କରିଛନ୍ତି। ଡେଭିଡ୍‌ ପାଲବାସ୍‌ ଓ୍ବାଲର୍‌ଡ ବ୍ୟାଙ୍କ ଚିଫ୍‌ ପଦରୁ ଇସ୍ତଫା ଦେବା ପରେ ବାଇଡେନ୍‌ ଅଜୟଙ୍କୁ ଏପଦ ପାଇଁ ଚୟନ କରିଥିଲେ। ଉକ୍ତ ପଦ ପାଇଁ ନାମ ଚୟନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୨୯ପର୍ଯ୍ୟନ୍ତ ଚାଲିବ। ଭାରତୀୟ-ଆମେରିକୀୟ ଅଜୟ ବାଙ୍ଗା (୬୩) ଏବେ ଇକ୍ୱୁିଟି ଫାର୍ମ ଜେନେରାଲ ଆଣ୍ଟାର୍କଟିକର ଉପ ସଭାପତି ଦାୟିତ୍ୱରେ ଅଛନ୍ତି।

Share