ଭାରତୀୟ ମୂଳ ବାସିନ୍ଦାଙ୍କୁ ମିଳିଲା ୟୁଏଇର ପ୍ରଥମ ମେଗା ପୁରସ୍କାର, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ମିଳିବ ୫.୫ ଲକ୍ଷ ଟଙ୍କା

ଦୁବଇ,୨୯।୭: ଭାରତୀୟ ମୂଳ ବାସିନ୍ଦା ବାସ୍ତୁକାରଙ୍କୁ ସଂଯୁକ୍ତ ରାଷ୍ଟ୍ର ଆରବ ଏମିରେଟ୍ସରେ ଏକ ନୂଆ ମେଗା ପୁରସ୍କାରର ପ୍ରଥମ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ବାସ୍ତୁକାର ଜଣଙ୍କ ଦୁବଇରେ କାମ କରନ୍ତି। ପୁରସ୍କାର ଘୋଷଣା ହେବା ପରେ ଏବେ ତାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୫.୫ ଲକ୍ଷ ଟଙ୍କା ଦିଆଯିବ।

ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶର ମହମ୍ମଦ ଆଦିଲ ଖାଁଙ୍କୁ ଫାଷ୍ଟ ପାଞ୍ଚ ଡ୍ର୍ରର ମେଗା ପୁରସ୍କାର ବିଜେତା ଭାବେ ସମ୍ମାନିତ କରାଯାଇଛି। ମୋହମ୍ମଦ ଆଦିଲ ଖାଁ ଦୁବାଇର ଏକ ରିଏଲ ଇଷ୍ଟେଟ କମ୍ପାନୀ ପାଇଁ ଇଣ୍ଟେରିୟର ଡିଜାଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରନ୍ତି। ପୁରସ୍କାର ସ୍ବରୂପ, ତାଙ୍କୁ ୨୫ବର୍ଷ ପାଇଁ ମାସକୁ ୨୫ହଜାର ଦିରହମ ଅର୍ଥାତ୍‌ ୫,୫୯,୮୨୨ ଟଙ୍କା ମିଳିବ।

Share