ଲଣ୍ଡନ,୧୫ ।୪: ସ୍କଟଲାଣ୍ଡରେ ପ୍ରାକ୍ଟିସ କରୁଥିବା ଭାରତୀୟ ମୂଳ ବାସିନ୍ଦା ୭୨ ବର୍ଷିୟ ଜଣେ ଡାକ୍ତର ୩୫ ବର୍ଷ ଧରି ୪୮ ମହିଳା ରୋଗୀଙ୍କୁ ଯୌନ ଶୋଷଣ ମାମଲାରେ ଗୁରୁବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜେନରାଲ ପ୍ରାକ୍ଟିଶନର କୃଷ୍ଣା ସିଂଙ୍କ ଉପରେ ଚୁମ୍ବନ ଦେବା, ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା, ଅନୁଚିତ ପରୀକ୍ଷା କରିବା ଓ ଅଶ୍ଳିଳ ଭାଷା ବ୍ୟବହାର କରିବା ଆଦି ଅଭିଯୋଗ ଲାଗିଥିଲା । ଗ୍ଲାସଗୋ ହାଇକୋର୍ଟରେ ଶୁଣାଣି ସମୟରେ ଅଭିଯୁକ୍ତ ଏହାକୁ ଖଣ୍ଡନ କରିଥିଲେ ।
ଅଭିଯୋଗକାରୀଣୀ ଏଞ୍ଜେଲା ଗ୍ରେ କୋର୍ଟଙ୍କୁ କହିଛନ୍ତି, ଡା. କୃଷ୍ଣା ସିଂ ନିୟମିତ ଭାବେ ମହିଳାଙ୍କ ଯୌନ ଶୋଷଣ କରୁଥିଲେ । ଏହି ମାମଲାର ଶୁଣାଣି କରୁଥିବା ନ୍ୟାୟମୂର୍ତ୍ତି ସଜା ଶୁଣାଣି ଆସନ୍ତା ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଏହାସହ କୃଷ୍ଣା ସିଂଙ୍କୁ ତାଙ୍କ ପାସପୋର୍ଟ ଦାଖଲ ବଦଳରେ ଜାମିନ ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ।