ମୂଳ ଭାରତୀୟ ଥରମନଙ୍କ ସମେତ ୩ ଜଣ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯୋଗ୍ୟ, ସେପ୍ଟେମ୍ବର ୧ରେ ହେବ ନିର୍ବାଚନ

ସିଙ୍ଗାପୁର,୧୮।୮: ସିଙ୍ଗାପୁରରେ ଜନ୍ମ ନେଇଥିବା ମୂଳ ଭାରତୀୟ ଥରମନ ଶନମୁଗରତ୍ନମ ଓ ସରକାରଙ୍କ ସହ ଜଡିତ କମ୍ପାନୀର ଦୁଇ ଚାଇନା ମୂଳ ବାସିନ୍ଦା ପୂର୍ବତନ ଅଧିକାରୀ ସେପ୍ଟେମ୍ବର ୧ରେ ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାର ଘୋଷଣା ଶୁକ୍ରବାର କରାଯାଇଛି। ନିର୍ବାଚନ ବିଭାଗ(ଇଏଲଡି)କହିଛି କି ରାଷ୍ଟ୍ରପତି ନିର୍ବାଚନ ସମିତି (ପିଇସି) ଗୁରୁବାର ସମୟ ସୀମା ମଧ୍ୟରେ ପ୍ରାର୍ଥୀ ପ୍ରମାଣପତ୍ର ପାଇଁ ମୋଟ ୬ଟି ଆବେଦନ ମିଳିଛି।

ସିଙ୍ଗାପୁର ଏହା ପୂର୍ବରୁ କହିଥିଲା ଯେ ଯଦି ୧ରୁ ଊର୍ଦ୍ଧ୍ୱ ବ୍ୟକ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବେ ତେବେ ସେପ୍ଟେମ୍ବାର ୧ରେ ରାଷ୍ଟ୍ରପତି ନିର୍ବାଚନ ହେବ। ବିଦାୟୀ ରାଷ୍ଟ୍ରପତି ହଲିମା ୟାକୁବଙ୍କ ୬ବର୍ଷର କାର୍ଯ୍ୟକାଳ ସେପ୍ଟେମ୍ବର ୧୩ରେ ଶେଷ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଯୋଗ୍ୟତା ହାସଲ କରିଥିବା ଦୁଇ ଜଣ ଚାଇନାର ମୂଳବାସିନ୍ଦା ମୁଖ୍ୟ ବିନିଯୋଗ ଅଧିକାରୀ ହେଉଛନ୍ତି ଏନଜି କୋକ ସେଂଗ ଏବଂ ପୂର୍ବତନ ଏନଟିୟୁସି ଇନକମ ମୁଖ୍ୟ କାର୍ଯ୍ୟନିର୍ବାହୀ ଟାନ କିନ ଲିଆନ।
ନିର୍ବାଚନ ବିଭାଗ କହିଛି ଯେ ଥରୁମାନ ପବ୍ଲିକ ସେକ୍ଟର ସର୍ଭିସ ଟ୍ରାକ ଅଧୀନରେ ନିଜର ପ୍ରାର୍ଥୀପତ୍ର ଉପସ୍ଥାପନ କରିଥିବାବେଳେ ନାଗ କୋକ ପବ୍ଲିକ ସେକ୍ଟର ଟ୍ରାକ ଅଧୀନରେ ଆବେଦନ କରିଛନ୍ତି ଏବଂ ଟାନ କିନ ଘରୋଇ କ୍ଷେତ୍ର ବିଚାର ଟ୍ରାକରେ ଆବେଦନ କରିଛନ୍ତି।

Share