ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରାଣ ହରାଇଥିବା ମୂଳ ଭାରତୀୟ ମହିଳା ସେନାଙ୍କର ଆଜି ହେଉଛି ଜନ୍ମଦିନ

ଜେରୁଜେଲମ,୨୩।୧୦: ଗତ ୧୭ଦିନ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ଇସ୍ରାଏଲ ସେନାଙ୍କର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ହମାସକୁ ସାମ୍ନା କରି ପ୍ରାଣ ହରାଇଛନ୍ତି। ଏହିକ୍ରମରେ ଜଣେ ଭାରତୀୟ ମୂଳବାସିନ୍ଦା ମହିଳା ସେନାଙ୍କର ୮ଦିନ ପୂର୍ବରୁ ମୃତ୍ୟୁ ଘଟିଥିଲା, ଯାହାଙ୍କ ନାମ କମାଇ ଆଖିଏଲ।
ସୂଚନାଯୋଗ୍ୟ, ଆଜି ଅର୍ଥାତ୍‌ ୨୩ ଅକ୍ଟୋବର ହେଉଛି ଭାରତୀୟ ମୂଳ ବାସିନ୍ଦା ଅଖିଏଲଙ୍କ ଜନ୍ମଦିନ ଯିଏ ହମାସ ବିରୁଦ୍ଧରେ ଯୁଦ୍ଧରେ ଶହୀଦ ହୋଇଥିଲେ। ଯଦି ସେ ମରି ନ ଥାନ୍ତେ, ତେବେ ସେ ଆଜି ତାଙ୍କର ୧୯ତମ ଜନ୍ମଦିନ ପାଳନ କରିଥାନ୍ତେ। କାମାଇ ଅଖିଏଲ ଉତ୍ତର ଇସ୍ରାଏଲର ହିଜବୁଲ ବିପକ୍ଷରେ ସାମ୍ନାରେ ନିୟୋଜିତ ହୋଇଥିଲେ ଏବଂ ସେ ଇସ୍ରାଏଲ ନୌସେନାରେ ଜଣେ ଅଧିକାରୀ ଥିଲେ।

Share