ଆମେରିକାରେ ଭାରତବଂଶୀଙ୍କୁ ଗୁଳି ମାରିଲେ ଦୁଇ ନାବାଳକ

ନ୍ୟୁୟର୍କ,୬।୭: ଆମେରିକାର ଜର୍ଜିଆର ଏକ ଷ୍ଟୋର୍‌ରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ୩୬ବର୍ଷୀୟ ଭାରତବଂଶୀ ସନ୍ଦୀପ ସିଂଙ୍କୁ ୨ନାବାଳକ ଗୁଳି କରି ହତ୍ୟା କରିଛନ୍ତି। ସନ୍ଦୀପ ଷ୍ଟୋର୍‌ରେ ଏକ ମାସରୁ କମ ସମୟ ଧରି କାମ କରୁଥିଲେ।

ପୋଲିସ ସୂଚନା ଅନୁଯାୟୀ, ଘଟଣା ଦିନ ରାତି ୮ଟା୩୭ରେ ଦୁଇ ନାବାଳକ ରେନ୍ସ ଫୁଡ ମାର୍ଟରେ ପହଞ୍ଚିଥିଲେ। ଡକାୟତି ଉଦ୍ଦେଶ୍ୟରେ ଦୁଇ ଅଭିଯୁକ୍ତମାନେ ସେଠାରେ ସେଠାରେ କାର୍ଯ୍ୟ କରୁଥିବା ସନ୍ଦୀପଙ୍କୁ ଗୁଳି ଚଳାଇଥିଲେ। ଦୁଇ ନାବାଳକ ମୁହଁ ଘେଶଡାଇ ନଥିଲେ। ଭିଡିଓ ଫୁଟେଜରୁ ତାଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି।
ନାବାଳକ ହେତୁ ସେମାନଙ୍କ ପରିଚୟ ଗଣମାଧ୍ୟମରେ ପ୍ରକାଶ କରାଯାଇ ନାହିଁ ବୋଲି ପୋଲିସ କହିଛି। ସନ୍ଦୀପଙ୍କ ମୃତଦେହକୁ ଜର୍ଜିଆ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି।

Share