ଭାରତୀୟ ବଂଶୋଦ୍ଭବ ଆଇନଜୀବିଙ୍କ ଉପରେ ସିଙ୍ଗାପୁର ରେଳଷ୍ଟେସନରେ ମାରପିଟ କରିଥିବା ଅଭିଯୋଗ

ସିଙ୍ଗାପୁର,୧୪।୭: ସିଙ୍ଗାପୁରର ଏକ ରେଳ ଷ୍ଟେସନରେ ଜଣେ ଭାରତୀୟ ବଂଶୋଦ୍ଭବ ଆଇନଜୀବି ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିବା ଏବଂ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛିି। ଶୁକ୍ରବାର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି। ଆଇନଜୀବି ଏମ ରବି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଚିକିତ୍ସା କରିବା ପାଇଁ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିଙ୍ଗାପୁରର ନିୟମ ଅନୁଯାୟୀ, ଯଦି ରବି ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେଇଥିବାର ଜଣାପଡନ୍ତିି, ତେବେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବା ସହ ୫୦୦୦ସିଙ୍ଗାପୁର ଡଲାରର ତଣ୍ଡ ଗଣିବେ।

Share