ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବଙ୍କୁ ସିଙ୍ଗାପୁରରେ ମିଳିପାରେ ମୃତ୍ୟୁଦଣ୍ଡ

ସିଙ୍‌ଗାପୁର,୨୨।୮: ଭାରତୀୟ ବଂଶୋଦ୍ଭବ ଅସୱେନ ପଚନ ପିଲ୍ଲାଇ ସୁକୁମାରନଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଦୁଇ ନାଗରିକଙ୍କ ହତ୍ୟା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ସିଙ୍ଗାପୁରର କନକର୍ଡ ହୋଟେଲ ଏବଂ ସପିଂ ମଲରେ ମୋହଦ ଇସ୍ରାଟ ଓ ମୋହଦ ଇସମାଇଲଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଆସେଓ୍ବେନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଘାତକ ଅସ୍ତ୍ରରେ ଦଙ୍ଗା କରିଥିବା ଦୋଷୀ ସାବ୍ୟସ୍ତ ହେଲେ ୧୦ବର୍ଷ ଯାଏଁ ଜେଲ ଦଣ୍ଡ ମିଳିବ।

Share