ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ଭର୍ଜିନିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟରେ ଶୋକର ଛାୟା ଖେଳିଯାଇଛି। ତେବେ ପିଟିଆଇ ଅନୁଯାୟୀ, ଘଟଣା ସମୟରେ ଭର୍ଜନିଆର ଆକୋମାକ କାଉଣ୍ଟିରେ ଲ୍ୟାକ୍‌ଫୋର୍ଡ ହାଇଓ୍ବେରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ଦୋକାନରେ ଉଭୟ କାମ କରୁଥିଲେ।

କାଉଣ୍ଟିଂ ସେରିଫଙ୍କ କାର୍ଯ୍ୟାଳୟକୁ ଗୁଳିକାଣ୍ଡ ନେଇ ମାର୍ଚ୍ଚ ୨୦ ସକାଳ ପ୍ରାୟ ୫.୩୦ରେ ଏକ ଫୋନ୍‌ ଆସିଥିଲା। ସେମାନେ ସେଠାରେ ପହଞ୍ଚିବା ପରେ ପଟେଲଙ୍କୁ ଗୁଳି କରାଯାଇଥିବା ଦେଖିଥିଲେ। ପରେ ତାଙ୍କ ଝିଅ ମଧ୍ୟ ଗୁଳିକାଣ୍ଡରେ ମୃତ ହୋଇଥିବା ଜଣାପଡ଼ିଥିଲା।

ଘଟଣାସ୍ଥଳରେ ପଟେଲଙ୍କୁ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ଝିଅଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଗୁରୁବାର ପୋଲିସ କହିଥିଲା ଯେ, ସେମାନେ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଓନାନକ୍କର ୪୪ ବର୍ଷୀୟ ବ୍ୟକ୍ତି ଜର୍ଜ ଫ୍ରାଜିଅର ଡେଭନ୍‌ ହ୍ବାଇଟ୍‌ ନାମକ ବ୍ୟକ୍ତିଙ୍କୁ ଜାମିନ ବିନା ହେପାଜତରେ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯାହାବି କରନ୍ତୁ ମୁଁ ଚାଇନା ଯିବି ନାହିଁ, ଯାତ୍ରୀଙ୍କୁ ହାତ ଯୋଡି ଏମିତି କାହିଁକି କହିଲେ ପାଇଲଟ, ଜାଣନ୍ତୁ…

ଲସ ଆଞ୍ଜେଲସ,୨୬।୩: ଆମେରିକାର ଲସ ଆଞ୍ଜେଲସରୁ ଚାଇନାର ସବୁଠାରୁ ବଡ଼ ସହର ସାଂଘାଇକୁ ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଏକ ବିମାନକୁ ଆମେରିକା ଫେରିବାକୁ...

ବଦଳିବ ବାଂଲାଦେଶର ରାଜଧାନୀ! ରାଗିଲେଣି ସାଧାରଣ ଜନତା

ଢାକା,୨୬।୩: ବାଂଲାଦେଶର ରାଜଧାନୀ ଢାକାକୁ ପରିବର୍ତ୍ତନ କରିବା ଦାବି ଜୋର ଧରିଛି। ଏହାର ମୁଖ୍ୟ କାରଣ ହେଉଛି ସହରରେ ମୌଳିକ ସୁବିଧାର ବ୍ୟାପକ ଅଭାବ। ୩୦୬ବର୍ଗ...

ରାତାରାତି ନିର୍ବାଚନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୬।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ନିର୍ବାଚନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରିଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ...

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ...

ଗାଜାରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକରେ ଅଲ ଜଜିରା ଖବରଦାତାଙ୍କ ମୃତ୍ୟୁ

ଜେରୁଜେଲମ,୨୫।୩: ସୋମବାର ଇସ୍ରାଏଲ ପୁଣି ଥରେ ଗାଜର ଉତ୍ତରରେ ଅବସ୍ଥିତ ବେଇଟ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଲ ଜଜିରା...

ଲିକ୍‌ ହେଲା ଟ୍ରମ୍ପଙ୍କ ଓ୍ବାର ପ୍ଲାନ! କେବେ ଆଉ କେଉଁଠି କରିବେ ଆକ୍ରମଣ ଜାଣନ୍ତୁ…

ଓ୍ବାଶିଂଟନ,୨୫।୩: ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଯୁଦ୍ଧ ଯୋଜନା ଲିକ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲା ପାଇଁ ଟ୍ରମ୍ପ ପ୍ରଶାସନକୁ ଦାୟୀ କରାଯାଉଛି।...

ସାରା ବିଶ୍ୱର ହୋସ୍‌ ଉଡାଇଲାଣି ଚାଇନା, କାଟିଦେବ ସବୁ ଇଣ୍ଟରନେଟ!

ବେଜିଂ,୨୫।୩: ଚାଇନା ସମ୍ପ୍ରତି ଏକ ଏପରି ଉପକରଣ ତିଆରି କରିଛି ଯାହା ପାଣି ତଳେ ସବୁଠାରୁ ଦୃଢ଼ ଯୋଗାଯୋଗ ଏବଂ ବିଦ୍ୟୁତ ତାରଗୁଡ଼ିକୁ କାଟି ପାରିବ।...

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image