ସିଙ୍ଗାପୁରରେ ଭାରତୀୟ ବଂଶୋଭବ ଗିରଫ

ସିଙ୍ଗାପୁର,୧୨ା୪: ବିଭିନ୍ନ ଅଭିଯୋଗରେ ସିଙ୍ଗାପୁରରେ ଜଣେ ଭାରତୀୟ ବଂଶୋଭବଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିଙ୍ଗାପୁରର ସେଣ୍ଟ୍ରାଲ ବିଜନେସ୍‌ ଜିଲା (ସିବିଡିଟି)ରେ କୁରାଢ଼ି ଲଗାଇଥିବା ୨୫ ବର୍ଷୀୟ ଭାରତୀୟ ମୂଳ ଯୁବକଙ୍କୁ ଆକ୍ରମଣ ତଥା ଅନ୍ୟାନ୍ୟ ଅପରାଧ ଅଭିଯୋଗରେ ବୁଧବାର କୋର୍ଟରେ ହାଜର କରାଯାଇଛି।

ୟୁଟ୍ୟୁବ୍‌ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ମନୋହର ଥିରୁନାଭୁକ୍କାରାସୁ ମଙ୍ଗଳବାର ସକାଳେ ସିବିଡିଟିର ଷ୍ଟାମଫୋର୍ଡ ରୋଡରେ ଥିବା ରାଫଲେସ ସିଟି ଶପିଂ ମଲ୍‌ ଆଡ଼କୁ ରାସ୍ତା ପାର ହୋଇ କୁରାଢ଼଼ି ଧରିଥିବାର ଦେଖାଯାଇଛି।

ଏହା ପରେ ସେ ନିକଟସ୍ଥ ଟ୍ରାଫିକ୍‌ ଲାଇଟରେ ଅଟକି ରହିଥିବା ପୋଲିସ କାର୍‌ ଆଡ଼କୁ ଯାଇଥିଲେ। ଏହା ପରେ ସେଠାରେ ଥିବା ପୋଲିସ କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇଥିଲେ। ପରେ କୁରାଢ଼ି ଫିଙ୍ଗି ଦେଇଥିଲେ। ଏହି ଯୁବକଙ୍କୁ ପୋଲିସ ଗିରଫ କରି ତାଙ୍କ ମାନସିକ ସ୍ଥିତି ଯାଞ୍ଚ କରୁଛି।

Share