ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା

ନ୍ୟୁୟର୍କ, ୨୮ା୬: ଆମେରିକାର ନ୍ୟୁୟର୍କସ୍ଥିତ ସାଉଥ ଓଜୋନ୍‌ ପାର୍କ ନିକଟରେ ଶନିବାର ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସତନମ୍‌ ସିଂ(୩୧) ଏକ ଜିପ୍‌ରେ ବସିଥିବାବେଳେ ଜଣେ ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସତନମ୍‌ ତାଙ୍କ ସାଙ୍ଗଠାରୁ ଉକ୍ତ ଜିପ୍‌ ଆଣିଥିଲେ। ତେଣୁ ଶୁଟର ଜିପ୍‌ ମାଲିକଙ୍କ ବଦଳରେ ସତନମ୍‌ଙ୍କୁ ଟାର୍ଗେଟ କରିଥିବା ପୋଲିସ ସନ୍ଦେହ କରୁଛି।

Share