ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଏହି ଭାରତୀୟ ବଂଶୋଭବ

ଓ୍ବାଶିଂଟନ,୨୪ା୫: ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିଲା। ଜଣେ ଭାରତୀୟ ବଂଶୋଭବ ହ୍ବାଇଟ୍‌ ହାଉସ୍‌ ଭିତରକୁ ଯାଇ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କ୍ଷମତାକୁ ନେବା ପାଇଁ ଏହି ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଚେଷ୍ଟରଫିଲ୍ଡର ୧୯ ବର୍ଷୀୟ ଜଣେ ଡ୍ରାଇଭର ସାଇ ବାର୍‌ସିଥ୍‌ କଣ୍ଡୁଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ଫେଡେରାଲ ଜିଲା କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏକ ସିକ୍ରେଟ ସର୍ଭିସ ଏଜେଣ୍ଟ କହିଛନ୍ତି, ଏହି ଯୁବକ ଜଣକ ସୋମବାର ରାତିରେ ଏକ ଟ୍ରକ୍‌ ଭଡ଼ା ସୂତ୍ରରେ ଆଣିଥିଲେ। ଯାହା ସାହାଯ୍ୟରେ ସେ ବାଇଡେନଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ହ୍ବାଇଟ୍‌ ହାଉସ୍‌ର ଉତ୍ତର ପାର୍ଶ୍ୱ ପାର୍କରେ ଏହି ଯୁବକ ଜଣକ ଟ୍ରକ୍‌ ଭିତରକୁ ପୂରାଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଲା। ପରେ କଣ୍ଡୁଲାଙ୍କୁ ଗିରଫ କରାଯାଇଛି।

କଣ୍ଡୁଲା ଅଧିକାରୀମାନଙ୍କୁ କହିଥିଲେ ଯେ, ସେ ଏହି ଆକ୍ରମଣର ଯୋଜନା ୬ ମାସ ପୂର୍ବରୁ କରିଥିଲେ। ଅଧିକାରୀମାନେ ଅଭିଯୋଗ କରିଛନ୍ତି, କଣ୍ଡୁଲାଙ୍କ ଲକ୍ଷ୍ୟ ହ୍ବାଇଟ୍‌ ହାଉସରେ ପ୍ରବେଶ କରିବା, କ୍ଷମତା ଦଖଲ କରିବା ଏବଂ ଦେଶର ଦାୟିତ୍ୱରେ ରହିବା। ତଦନ୍ତ ଅଧିକାରୀମାନେ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ, ସେ କିପରି କ୍ଷମତା ଦଖଲ କରିବେ, ଯେଉଁଥିରେ କଣ୍ଡୁଲା କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବେ ଏବଂ ତାଙ୍କ ରାସ୍ତାରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଆଘାତ କରିବେ। ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ ଗାଡ଼ି ଭିତରୁ ଲେଖା ଭର୍ତ୍ତି ଡକ୍ଟ ଟେପ୍‌, ବ୍ୟାକପ୍ୟାକ୍‌ ଏବଂ ନୋଟବକ୍‌ ଉଦ୍ଧାର କରିଛନ୍ତି।

Share