ନଦୀରୁ ମିଳିଲା ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କ ମୃତଦେହ

ନ୍ୟୁୟର୍କ, ୧୬ା୪- କ୍ରିପ୍ଟୋକରେନ୍ସି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ କାର୍ଯ୍ୟ କରୁଥିବା ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କ ମୃତଦେହ ହଡ୍‌ସନ ନଦୀରୁ ଉଦ୍ଧାର କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୧ ବର୍ଷୀୟ ଗଣିତଜ୍ଞ ମାନସିକ ରୋଗରେ ପୀଡ଼ିତ ଥିଲେ।

ଶୁଭ୍ରୋ ବିଶ୍ୱାସଙ୍କ ମୃତ୍ୟୁ ଯୋଗୁ ତାଙ୍କ ପରିବାର ଭାଙ୍ଗି ପଡ଼ିଛି। ତାଙ୍କୁ ସହାୟତା କରିବା ପାଇଁ ପରିବାର ପକ୍ଷରୁ ଯଥା ସମ୍ଭବ ଉଦ୍ୟମ କରାଯାଇଥିଲା। କିନ୍ତୁ ତାଙ୍କ ମାନସିକ ସ୍ଥିତି ଭଲ ନ ଥିଲା। ତାଙ୍କୁ ମାନସିକ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବାକୁ ବହୁବାର କହିଥିଲୁ। ମାତ୍ର ସେ ସର୍ବଦା ମନା କରି ଦିଅନ୍ତି। କିନ୍ତୁ କେଉଁ କାରଣରୁ ସେ ନ୍ୟୁରୋଲୋଜିଷ୍ଟଙ୍କ ପାଖକୁ ଯାଉଥିଲେ, ତାହା ପରିବାରବର୍ଗଙ୍କୁ ଜଣାଇ ନ ଥିଲେ ବୋଲି ଶୁଭ୍ରୋଙ୍କ ଭାଇ ବିପ୍ରଜିତ୍‌ ବିଶ୍ୱାସ କହିଛନ୍ତି।

Share