ଭାରତୀୟ ବଂଶୋଦ୍ଭବ ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୭ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଚନା ସଚସେବ କୋରହୋନେନ୍‌ଙ୍କୁ ମାଲି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ଏ ନେଇ ହ୍ବାଇଟ୍‌ହାଉସ ପକ୍ଷରୁ ଘୋଷଣା କରାଯାଇଛି। ମାସକରେ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ଏଭଳି ନିଯୁକ୍ତି ମିଳିବାରେ ଏହା ତୃତୀୟ। ଆମେରିକା ବିଦେଶ ସେବାରେ ରଚନା ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏବେ ଆମେରିକା ବହିର୍ବ୍ୟାପାର ବ୍ୟୁରୋର ନିଅର ଇଷ୍ଟର୍ଣ୍ଣ ଆଫାୟର୍ସ ଏବଂ ବ୍ୟୁରୋ ଅଫ୍‌ ସାଉଥ ଆଣ୍ଡ୍‌ ସେଣ୍ଟ୍ରାଲ ଏସିଆନ୍‌ ଆଫାୟର୍ସର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ପୂର୍ବରୁ ସେ ସାଉଦି ଆରବର ଧରାନସ୍ଥିତ ଆମେରିକା କନ୍‌ସୁଲେଟରେ କନ୍‌ସଲ୍‌ ଜେନେରାଲ ଏବଂ ପ୍ରିନ୍ସିପାଲ ଅଫିସର ଥିଲେ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଏଥିସହ ରଚନା କଲମ୍ବୋସ୍ଥିତ ଆମେରିକା ଦୂତାବାସର ମ୍ୟାନେଜମେଣ୍ଟ ସେକ୍ସନର ନେତୃତ୍ୱ ନେଇଛନ୍ତି। ଏଥିସହ ଓ୍ବାଶିଂଟନ୍‌ରେ ମଧ୍ୟ ମ୍ୟାନେଜମେଣ୍ଟ ସେକ୍ରେଟାରୀଙ୍କ ଅଧୀନରେ ସ୍ପେଶିଆଲ ଆସିଷ୍ଟାଣ୍ଟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ପୁଣି ଡାଉନ୍‌, ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି ହଜାର ହଜାର ଉପଭୋକ୍ତା

ନୂଆଦିଲ୍ଲୀ,୧୦।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହୋଇଯାଇଛି, ହଜାର ହଜାର ଉପଭୋକ୍ତା ପୋଷ୍ଟ ଆକ୍ସେସ କରିପାରୁନାହାଁନ୍ତି। ସୋମବାର ଏକ୍ସ ଦୁଇଥର ଡାଉନ୍‌ ହୋଇଛି।...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି...

ଭାରତ ପାଇଁ ଖୁସି ଖବର! Mark Carney କାନାଡ଼ାର ନୂଆ ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୦।୩: ବ୍ୟାଙ୍କ ଅଫ କାନାଡା ଏବଂ ବ୍ୟାଙ୍କ ଅଫ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନିଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଛି। ସେ...

ନ୍ୟୁୟର୍କର ଲଙ୍ଗ୍‌ ଆଇଲାଣ୍ଡରେ ଲାଗିଲା ନିଆଁ: ଜରୁରୀ ସ୍ଥିତି ଜାରି

ନ୍ୟୁୟର୍କ,୯।୩: ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ଲଙ୍ଗ୍‌ ଆଇଲାଣ୍ଡରେ ନିଆଁ ଯୋଗୁ ଧୂଆଁର ଘନ ଆସ୍ତରଣ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି। ଫଳରେ ନ୍ୟୁୟର୍କ ଗଭର୍ନର କାଥି...

କୋଭିଡ୍‌ ଲୁଚାଇଥିଲା ଚାଇନା: ୨୪ ବିଲିୟନ ଡଲାର ଜରିମାନା କଲେ ବିଚାରପତି

ଓ୍ବାଶିଂଟନ,୯।୩: କୋଭିଡ୍‌-୧୯ ମହାମାରୀକୁ ଲୁଚାଇବା ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)କୁ ଗଚ୍ଛିତ କରି ରଖିବାର ମନୋମୁଖୀ କାର୍ଯ୍ୟ ପାଇଁ ଚାଇନା ସରକାର ଦାୟୀ ବୋଲି...

ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କୁ ଗୁଳି କରି ହତ୍ୟା, କୁଳଭୂଷଣ ଯାଦବଙ୍କୁ ISIକୁ ହସ୍ତାନ୍ତର କରିଥିଲେ

ଇସଲାମାବାଦ,୯।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁ ନିହତ ହୋଇଛି। ପାକିସ୍ତାନର ବେଲୁଚିସ୍ତାନରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ପ୍ରମୁଖ ଧାର୍ମିକ ନେତା ମୁଫ୍‌ତି ଶାହ ମୀରଙ୍କୁ...

ଆମେରିକାର କାଲିଫର୍ନିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା: ନିନ୍ଦା କଲା ଭାରତ, କାର୍ଯ୍ୟାନୁଷ୍ଠାନ ଦାବି

ଓ୍ବାଶିଂଟନ,୯।୩: ଆମେରିକାର କାଲିଫର୍ନିଆର ଚିନୋ ହିଲ୍ସରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ମନ୍ଦିରରେ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ଯାହା ହିନ୍ଦୁମାନଙ୍କ...

ଏହି ଦେଶରେ ଅନ୍ତବସ୍ତ୍ର ପିନ୍ଧନ୍ତିନି ମହିଳା, ଏପରି କଲେ ମିଳେ ସାଂଘାତିକ ଦଣ୍ଡ!

ବିଦେଶରେ, ଆପଣ ସମୁଦ୍ର କୂଳରେ ଅନ୍ତବସ୍ତ୍ର ପିନ୍ଧିଥିବା ମହିଳାଙ୍କ ଅନେକ ଫଟୋ ନିଶ୍ଚୟ ଦେଖିଥିବେ। ଏହି ମହିଳାମାନଙ୍କୁ ଦେଖି, ଅନେକ ଲୋକ ଅନ୍ତବସ୍ତ୍ର ପିନ୍ଧିବାକୁ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image